ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି । ଶ୍ରୀକ୍ଷେତ୍ର ପୁରୀ, ସିଲଭର ସିଟି କଟକ ଓ ରାଜଧାନୀ ଭୁବନେଶ୍ବରକୁ ନେଇ ଟ୍ରାଇ ସିଟି ଗଠନ କରାଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଟୁଇନ ସିଟି ପରେ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର । ଉଭୟ ତିନି ସ୍ଥାନର ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ଟ୍ରାଇସିଟିକୁ ବିକାଶ କରାଯିବ। ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଟାଉନ ପ୍ଲାନିଂ ସ୍କିମ ଜରିଆରେ ସହରକୁ ବଢାଇବା ପାଇଁ ନିଷ୍ପତ୍ତି ହୋଇଛି। ଟିପି ସ୍କିମ ପାଇଁ ସ୍ୱତନ୍ତ୍ର ବିଭାଗ କରି ଦାୟିତ୍ୱ ଦିଆଯିବ। Post navigation ଦେବଜିତ ସାଇକିଆ ହେଲେ ବିସିସିଆଇ ସମ୍ପାଦକ ଜାତୀୟ ଯୁବ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଯୁବ ସମାଜକୁ ଆହ୍ୱାନ