କାଲି ରାଜ୍ୟ ବିଜେପି ଅଫିସରେ ଜନଜାତି ବିଧାୟକ ଓ ସାଂସଦଙ୍କୁ ପ୍ରଶିକ୍ଷଣ । ଏହି ପ୍ରଶିକ୍ଷଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍‌ ସନ୍ତୋଷ ଓ ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ ମଧ୍ୟ ଯୋଗ ଦେବେ । ଏ ନେଇ ସୂଚନା ଦେଲେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସେ କହିଛନ୍ତି ନିଜ ଅଂଚଳର ୨୦ରୁ ୨୫ ଗାଁକୁ ପୋଷ୍ୟ ଭାବେ ଗ୍ରହଣ ପରାମର୍ଶ ଦିଆଯିବ ।

ଏହାସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ବସିବ। ଦୁଇ ପ୍ରଭାରୀଙ୍କ ସହ ସମସ୍ତ କୋର୍ କମିଟିର ସଦସ୍ୟ ଉପସ୍ଥିତ ରହିବେ। ନୂୂଆପଡା ଉପନିର୍ବାଚନ ନେଇ ବୈଠକରେ ଆଲୋଚନା ହେବ। ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ ବୈଠକରେ ମାନସ ମନ୍ଥନ ହୋଇପାରେ ବୋଲି ସୂଚନା ରହିଛି।

ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ ନୂଆପଡ଼ା ଉପନିର୍ବାଚନ ପାଇଁ ଖୁଵ୍‌ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି। କୋର କମିଟି ବୈଠକରେ ଏନେଇ ଆଲୋଚନା ହେବ। ବହୁତ ଆଶାୟୀଙ୍କ ନାମ ରହିଛି, ଆଲୋଚନା ହେବ ।

Leave a Reply

Your email address will not be published. Required fields are marked *