କଟକ ନିର୍ଗୁଣ୍ଡି ଷ୍ଟେସନରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାର ୨୪ ଘଣ୍ଟା ପରେ ସ୍ୱାଭାବିକ ହୋଇଛି ଟ୍ରେନ ଚଳାଚଳ। ଟ୍ରାକ୍ ମରାମତି କାର୍ଯ୍ୟ ସମାପ୍ତ ହେବା ପରେ ରେଳ ଚଳାଚଳ ଆଜି ସ୍ୱାଭାବିକ ହୋଇଛି । ସୂଚନା ଯୋଗ୍ୟ; ଗତକାଲି ପୂର୍ବାହ୍ନ ୧୧ଟା ୫୦ରେ କାମାକ୍ଷା ଏକ୍ସପ୍ରେସ୍ ର ୧୧ଟି ବଗି ଲାଇନଚ୍ୟୁତ ହୋଇଥିଲା। ନିର୍ଗୁଣ୍ଡି ରେଳ ଷ୍ଟେସନ ନିକଟରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍ ଦୁର୍ଘଟଣାଗସ୍ତ ହେବା ପରେ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ପ୍ରାଣ ହରାଇଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଥିଲେ । ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି କରାଯାଇଥିଲା । ରାତି ତମାମ ଟ୍ରାକ୍ ମରାମତି କରାଯିବାପରେ ଆଜି ସକାଳ ୭ଟା ୧୫ ବେଳକୁ ଶେଷ ହୋଇଥିଲା । ଏହା ପରେ ୯ଟା ୩୦ବେଳେ ପ୍ରଥମ ଡାଉନ ଟ୍ରେନ୍ ଗଡ଼ିଥିଲା । ସଫଳତାର ସହିତ ନିର୍ଗୁଣ୍ଡି ଷ୍ଟେସନ ଦେଇ ଡାଉନ ଟ୍ରେନ୍ ଚାଲିବା ପରେ ମାଲବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ଗତକାଲିଠାରୁ ରେଲୱେ ସେଫଟି କମିଶନର ବ୍ରିଜେଶ ମିଶ୍ର ଦୁର୍ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । କେଉଁ କାରଣ ପାଇଁ ଦୁର୍ଘଟଣା ହେଲା ସେ ନେଇ ଯାଞ୍ଚ କରିଛନ୍ତି । Post navigation କେନ୍ଦୁଝରର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଛତିଶଗଡ଼ରେ ଏନ୍କାଉଣ୍ଟର: ଜଣେ ମହିଳା ନକ୍ସଲ ମୃତ ଦେହ ଉଦ୍ଧାର; ମୁଣ୍ଡ ପାଇଁ ଥିଲା ୨୫ ଲକ୍ଷ ଟଙ୍କା