ଦୁର୍ଗା ପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା । ୨୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଏହି କଟକଣା ଅନୁଯାୟୀ ଦିନ ୨ଟା ପରେ NHରେ ଭାରିଯାନ ମନା । ପ୍ରମୁଖ ରାସ୍ତାଗୁଡିକରେ ଭାରିଯାନ ଯିବା ଆସିବା ଲାଗି ବାରଣ କରାଯାଇଛି । ପୂଜାରେ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ଟ୍ରାଫିକ୍‍ କଟକଣା ଜାରି କରିଛି । ଅପରାହ୍ନ୨ଟାରୁ ରାତ୍ର ୨ଘଟିକା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯିବ ।

ଖୋର୍ଦ୍ଧା ଓ କଟକ ପଟୁ ଭାରିଯାନ ଆସିବା ବାରଣ କଲେ ଟ୍ରାଫିକ୍‌ ଡିସିପି । ସେ କହିଛନ୍ତି ଦିନ ୨ଟା ପରଠାରୁ ନିର୍ଦ୍ଧିଷ୍ଟ କେତେକ ରୁଟ୍‌ରେ ଗଡ଼ିବନି ‘ଆମ ବସ୍‌’। ପାର୍କିଂ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଗାଡ଼ି ରଖିଲେ ଉଠାଇ ନେବ ପୋଲିସ । ସେହିପରି ମଣ୍ଡପ ଆଗରେ ଗାଡ଼ି ରଖି ଦର୍ଶନ କଲେ ପୋଲିସ କାଟିବ ଫାଇନ୍‌ କଟିବ। ଭିଡ଼ ଉପରେ ଦୃଷ୍ଟି ଦେଇ ପୂଜା ବୁଲିବା ଯୋଜନା କରନ୍ତୁ ।

ଡିସିପି କହିଛନ୍ତି ପୁରୀ ପଟୁ ବରମୁଣ୍ଡାକୁ ଆସୁଥିବା ବସ ଲିଙ୍ଗିପୁର ଛକରୁ ପାଣ୍ଡରା ଛକ, କେଶୁରା ଛକ ଓ ହାଇଟେକ୍‍ ଦେଇ ବରମୁଣ୍ଡା ବସଷ୍ଟାଣ୍ଡକୁ ଯାଇପାରିବେ । କୌଣସି ପ୍ରକାର ବସ୍‍ ସହର ମଧ୍ୟକୁ ଛଡାଯିବ ନାହିଁ । ପୁରୀ ପଟୁ କଟକକୁ ଯାଉଥିବା ବସ୍‍ ଲିଙ୍ଗିପୁର ଛକ ଦେଇ ବାଇପାସ୍‍ ରୋଡରେ ହାଇଟେକ ଛକଠାରେ ପହଞ୍ଚି ଜାତୀୟ ରାଜପଥ ଦେଇ ଯାଇପାରିବ । ସେହିପରି କଟକ ପଟୁ ଆସୁଥିବା ପୁରୀକୁ ବସଗୁଡିକ ହାଇଟେକରୁ  ଲିଙ୍ଗିପୁର ଦେଇ ଯାଇପାରିବ ।

ସେହିପରି ମାଷ୍ଟରକ୍ୟାଣ୍ଟିନ୍‍ ବସଷ୍ଟାଣ୍ଡରୁ କୌଣସି ପ୍ରକାର ବସ୍‍ ବାଣୀବିହାର ଛକ କିମ୍ବା ରବି ଟକିଜ୍‍ ଛକ ଆଡକୁ ଯାଇପାରିବ ନାହିଁ । କଟକଣା ନଥିବା ସମୟରେ ରାମ ମନ୍ଦିର ଛକ ଦେଇ ହାଉସିଂହ ବୋଡ ଛକ ହୋଇ ଏବଂ ଆଚାର୍ଯ୍ୟ ବିହାର ଛକରେ ମିସିବେ । ଲିଙ୍ଗରାଜ ମନ୍ଦିର ରାସ୍ତାରୁ  କୌଣସି ବସ୍‍ କଳ୍ପନା ଛକ ଓ ଶିଶୁ ଭବନ ଛକ ଆଡକୁ ଯାଇପାରିବନି । ବସଗୁଡିକ ଗ୍ୟାରେଜ ଛକ, ସମାନ୍ତରାପୁର ଦେଇ ଲିଙ୍ଗିପୁର ଆଡକୁ ଯାଇପାରିବ । ପୂଜା ସମୟରେ ଭାରିଯାନ ଚଳାଚଳରେ କଟକଣା ଲଗାଯାଇଛି ।

ରସୁଲଗଡ ଛକରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତାରେ କୌଣସି ଭାରିଯାନ ଯିବନାହିଁ । ବାଣୀବିହାର ଛକଠାରୁ ଶିଶୁ ଭବନ ଛକ ଯାଏଁ ଭାରିଯାନ ଯାତାୟତ ଉପରେ କଟକଣା ଲଗାଯାଇଛି । ଆଚାର୍ଯ୍ୟ ବିହାର ଛକଠାରୁ କଳିଙ୍ଗ ହସ୍ପିଟାଲ ଛକ ଯାଏଁ ମଧ୍ୟ ସମାନ କଟକଣା ରହିଛି । ଆଚାର୍ଯ୍ୟ ବିହାର ଛକରୁ ଏୟାରପୋର୍ଟ ଛକ ଭିତରେ ଭାରିଯାନ ଚଳାଚଳ ବନ୍ଦ ରହିବ ।
ଜୟଦେବ ବିହାର ଛକଠାରୁ ନନ୍ଦନକାନନ ଛକ ପର୍ଯ୍ୟନ୍ତ ସମାନ କଟକଣା ଲାଗୁ ହୋଇଛି । ଜୟଦେବ ବିହାର ଛକଠାରୁ ରାଜଭବନ ଛକ ଭିତରେ ଭାରିଯାନ ବନ୍ଦ, ସେହିପରି ଫାୟାର ଟ୍ରେନିଂ ସ୍କୁଲ ଚକଠାରୁ ଶିଶୁଭବନ ଛକ ଯାଏଁ ଟ୍ରାଫିକ କଟକଣା ଲଗାଯାଇଛି । ଖଣ୍ଡଗିରି ଛକରୁ  ପୋଖରୀପୁଟ ଛକ ଯାଏଁ ଭାରିଯାନ ବନ୍ଦ ରହିବା ସହ ଜାତୀୟ ରାଜପଥ-୧୬, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଥିବା ସର୍ଭିସ୍‍ ରୋଡରେ ମଧ୍ୟ କଟକଣା ଲାଗୁ ହୋଇଛି ।

Leave a Reply

Your email address will not be published. Required fields are marked *