ଓଡ଼ିଶାର ଟପ୍ ମାଓନେତା ନିଖିଲ୍ ଓରଫ ନିରଞ୍ଜନ ରାଉତର ଆତ୍ମସମର୍ପଣ । ପୋଲିସ ଉପସ୍ଥିତିରେ ପତ୍ନୀ ଇନ୍ଦୁ ସହ ନିଖିଲ ଏବଂ ଅନ୍ୟ ୧୩ ଜଣଙ୍କ ଆତ୍ମସମର୍ପଣ । ନିଖିଲଙ୍କ ଉପରେ ଥିଲା ୧ କୋଟି ୩୦ ଲକ୍ଷର ପୁରସ୍କାର ରାଶି । ରାୟଗଡ଼ା ପୋଲିସ ନିକଟରେ ମୋଟ୍ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ୧୫ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ୭ ମହିଳା କ୍ୟାଡର। ନିକଟରେ ଆତ୍ମସମର୍ପଣ ପାଇଁ ସରକାରଙ୍କ ନିକଟରେ ୪ ଦାବି ରଖିଥିଲେ ମାଓ ଦମ୍ପତି। ଜଗତ୍ସିଂହପୁର ଜିଲ୍ଲାର ମୂଳ ବାସିନ୍ଦା ନିଖିଲ ସମଗ୍ର ଓଡ଼ିଶାରେ ମାଓ କାର୍ଯ୍ୟକଳାପରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ତାଙ୍କ ପତ୍ନୀ ଇନ୍ଦୁ ମଧ୍ୟ ସାଂଗଠନିକ କାର୍ଯ୍ୟକଳାପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଉଭୟ ନେତା, ସେମାନଙ୍କର ସହଯୋଗୀମାନଙ୍କ ସହିତ, ଉଗ୍ରବାଦୀ ଚିନ୍ତାଧାରା ପରିତ୍ୟାଗ କରିବାର ନିଷ୍ପତ୍ତିକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିଥିଲେ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିଶ୍ୱାସ ପ୍ରକାଶ କରିଥିଲେ। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଆତ୍ମସମର୍ପଣକୁ ନିଶ୍ଚିତ କରିଥିଲେ। ସେ ମାଓ ପ୍ରଭାବକୁ ଦୁର୍ବଳ କରିବା ଏବଂ ପୁନର୍ବାସକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ଚାଲିଥିବା ପ୍ରୟାସରେ ଏହି ବିକାଶକୁ ଏକ ପ୍ରମୁଖ ସଫଳତା ବୋଲି ବର୍ଣ୍ଣନା କରିଥିଲେ। ପ୍ରେସମିଟ୍ରେ ଡିଜିପି ୱାଇ.ବି ଖୁରାନିଆ କହିଛନ୍ତି ଜଗତସିଂହପୁରର ନିଖିଲ୍ ଓରଫ ନିରଞ୍ଜନ ରାଉତ ଆତ୍ମସମର୍ପଣ କରିଛନ୍ତି । କଟକ ଟାଙ୍ଗୀର ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ଲେଙ୍କାଙ୍କ ସମେତ ବାଶଧାରା ଘୁମୁସର ନାଗାବଳୀ ଡିଭିଜନର ମୋଟ୍ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି ।ନିଖିଲ୍ ରାୟଗଡ଼ା, ଗଜପତି, କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିଲା ।ଦୁଇ ଦଶନ୍ଧିରୁ ଅଧିକ ମାଓବାଦୀ କାର୍ଯ୍ୟକଳାପରେ ସାମିଲ୍ ଥିଲା ନିଖିଲ୍ । ଏବେବି କନ୍ଧମାଳ ପାଖାପାଖି ଜିଲ୍ଲାରେ କିଛି କ୍ୟାଡର ମାଓବାଦୀ ଉପସ୍ଥିତ ଅଛନ୍ତି । ଏହା ସହ ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ଡିଜିପିଙ୍କ ଅପିଲ୍ କରିଛନ୍ତି । ସେ କହିଛନ୍ତି ରାଜ୍ୟରେ ଆଉ କିଛି ହାତଗଣତି ମାଓବାଦୀ ଅଛନ୍ତି । ମାର୍ଚ୍ଚ ପୂର୍ବରୁ ସେମାନେ ବି ଆତ୍ମସମର୍ପଣ କରିବେ ବୋଲି ଭାବୁଛି । Post navigation Chit Fund Refund Deadline Extended: ବଢ଼ିଲା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ଅବଧି ବୃଦ୍ଧି India Wins ICC U19 Cricket World Cup 2026: ଇଂଲଣ୍ଡକୁ ହରାଇ ୧୯ ବର୍ଷରୁ କମ ବିଶ୍ୱକପ୍ ଟାଇଟଲ୍ ଜିତିଲା ଭାରତ