ଆଜି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୯ ବର୍ଷ ବୟସରେ ପାଦ ଥାପିଛନ୍ତି ନବୀନ। ଏଥର ନିଜ ଜନ୍ମଦିନକୁ ସେ ଭିନ୍ନ ଢଙ୍ଗରେ ପାଳନ କରିବେ। ଜନ୍ମଦିନରେ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦଳୀୟ ପଦଯାତ୍ରାରେ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେଠାରେ ପିଲାଙ୍କ ସହ ସମୟ ବିତାଇବା ସହ ମିଷ୍ଟାନ ବଣ୍ଟନ କରିବେ ନବୀନ । ଏହା ପରେ ନବୀନ ଏସଓଏସ ଭିଲେଜ ଯିବେ । ସେଠି ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ। ଅନ୍ୟପଟେ ଆଜି ନବୀନଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଏବଂ ସୁଖମୟ ଜୀବନ କାମନା କରୁଛି। ନବୀନ ପଟ୍ଟନାୟକ ୧୯୪୬ ମସିହା ଅକ୍ଟୋବର ୧୬ରେ ଜନ୍ମଗ୍ରହଣ କରିଥିଲେ ନବୀନ । ନବୀନ ପଟ୍ଟନାୟକ ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ପୁଅ ଭାବେ ରାଜନୀତିରେ ପାଦ ଦେବା ଦିନଠାରୁ ସବୁ କ୍ଷେତ୍ରରେ ସଫଳତା ସାଉଁଟି ଚାଲିଛନ୍ତି ନବୀନ । ଏହାର ୧ ବର୍ଷ ପରେ ସେ ବିଜୁ ଜନତା ଦଳର ସ୍ଥାପନା କରିଥିଲେ । ସେ କ୍ରମାଗତ ଭାବେ ପଞ୍ଚମ ଥର ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୫ ତାରିଖରୁ ୨୦୨୪ ଜୁନ ୫ ଯାଏ କାର୍ଯ୍ୟଭାର ତୁଲାଇ ଦେଶରେ ଇତିହାସ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କର ରାଜନୀତିରେ ପ୍ରାୟ ୨୯ ବର୍ଷ ହୋଇଗଲାଣି । ସେଥିରୁ ୨୫ ବର୍ଷରୁ ଅଧିକ ସମୟ ସେ କ୍ଷମତାରେ ହିଁ ରହିଛନ୍ତି । କେବଳ ରାଜନୀତି ନୁହେଁ ସାହିତ୍ୟ ରଚନା କରି ମଧ୍ୟ ସେ ବିଶ୍ବରେ ଖ୍ୟାତି ଅର୍ଜନ କରିଛନ୍ତି। Post navigation Nuapada By-Poll: ଆତ୍ମହତ୍ୟାର ପନ୍ଥା କାହିଁକି ବାଛିଲା ବିଜଦ? Online Mahaprasad sale: ଅନ୍ଲାଇନ୍ରେ ମହାପ୍ରସାଦ ବିକ୍ରି ମାମଲା; ଏକ ଫୁଡ୍ ଆପ୍ ନାଁରେ ସାଇବର ଥାନାରେ ଏତଲା