ଆଜି ପବିତ୍ର ବିଜୟା ଦଶମୀ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଆଜି ମଣ୍ତପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ମାଆଙ୍କୁ ଦର୍ଶନ ପାଇଁ ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଗହଳି ଚହଳି । ମାନ୍ୟତା ରହିଛି ଆଜିର ଦିନରେ ମାଙ୍କ ପୂଜା କଲେ ଦଶ ଜନ୍ମର ପାପରୁ ଉଦ୍ଧାର ମିଳିଥାଏ । ଆଜି ପବିତ୍ର ‘ବିଜୟା ଦଶମୀ’ ତଥା ‘ଦଶହରା’ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଅସତ୍ୟ ଉପରେ ସତ୍ୟର ବିଜୟ ଓ ଅଧର୍ମ ଉପରେ ଧର୍ମର ବିଜୟ । ଅନ୍ୟାୟ ଉପରେ ନ୍ୟାୟର ବିଜୟର ମହାପର୍ବ ପବିତ୍ର ‘ବିଜୟା ଦଶମୀ । ଜଗଜ୍ଜନନୀ, ଦୁର୍ଗତି ନାଶିନୀ, ମା’ଦୁର୍ଗା ଆପଣଙ୍କୁ ସୁଖ, ସମୃଦ୍ଧି ଓ ଶାନ୍ତି ପ୍ରଦାନ କରିବା ସହ ଜଗତର କଲ୍ୟାଣ କରନ୍ତୁ। Post navigation ପବିତ୍ର ମହାନବମୀ ଅବସରରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ