ଆଜି ସମଗ୍ର ବିଶ୍ୱରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଆଜି ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି । ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି। ଡାଲ ହ୍ରଦ କୂଳରେ ଥିବା ଶେର-କଶ୍ମୀର ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ସକାଳ ୬.୩୦ ରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସହରରେ ପ୍ରବଳ ବର୍ଷା ହେତୁ ବ୍ୟାହତ ହୋଇଥିଲା। ବାହାରେ ବର୍ଷା ହେବା ହେତୁ ପରେ ଭିତରେ ଯୋଗ କରିବାର ବନ୍ଦୋବସ୍ତ କରାଯାଇଥିଲା ଓ ପ୍ରଧାନମନ୍ତ୍ରୀ ସେଠାରେ ଯୋଗ କରିଛନ୍ତି। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ଥିମ ‘ସ୍ୱୟଂ ଓ ସମାଜ ପାଇଁ ଯୋଗ’ ରଖାଯାଇଛି ।

ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଯୋଗ ଦିବସରେ ଦେଶର ବିଭିନ୍ନ କୋଣରେ ଯୋଗ ପ୍ରଦର୍ଶନ କରୁଥିବା ଲୋକମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ସାରା ବିଶ୍ୱରେ ଯୋଗ ଅଭ୍ୟାସ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।”

ସେହିପରି ଓଡିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି କଳିଙ୍ଗ ଷ୍ଡାଡିଅମ୍ ପରିସରରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ସାମିଲ ହୋଇ ଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି,ବ୍ୟସ୍ତବହୁଳ ଜୀବନରେ ଯୋଗ କରିବା ଜରୁରୀ। ଯୋଗ ନୂଆ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ । ଯୋଗ କଲେ ଶରୀର ସୁସ୍ଥ ରହିଥାଏ। ଯୋଗ ଗୋଟିଏ ଦିନ ନୁହେଁ ସବୁଦିନ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ଲାଗି କ୍ରୀଡ଼ା ଏବଂ ଯୁବ ବ୍ୟାପାର ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶର ସୂରଜଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଜି ପୁରୀ ଜିଲ୍ଲା କୋଣାର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଅନତମ ଉପ ମୁଖ୍ୟମନ୍ତ୍ରୀ ‌କନକବର୍ଦ୍ଧନ ସିଂହଦେଓ ନୂଆପଲ୍ଲୀଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାର ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର କୋଣାର୍କରେ ହେବାକୁ ଥିବା ଉତ୍ସବରେ ସାମିଲ ହୋଇଛନ୍ତି। ଏହାସହ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ସାଂସଦ ଏବଂ ବିଧାୟକମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଆୟୋଜିତ ଯୋଗ ସମାରୋହରେ ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *