ରାଜ୍ୟରେ ମାଙ୍କଡ଼ ଉପଦ୍ରବ କମାଇବା ପାଇଁ ସରକାର ଗଠନ କରିବେ ମଙ୍କି ସ୍କ୍ୱାର୍ଡ । ଆଜି ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି । ସରକାର ରାଜ୍ୟରେ ମାଙ୍କଡ଼ ଉପଦ୍ରବ କମାଇବା ପାଇଁ ସମ୍ବେଦନଶୀଳ ବନଖଣ୍ଡ ଅଞ୍ଚଳରେ ମଙ୍କି ସ୍କ୍ୱାଡ୍ ଗଠନ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ମାଙ୍କଡ ଉତ୍ପାତ କରୁଥିବା ଅଞ୍ଚଳରେ ଅଲ୍ଟ୍ରାସୋନିକ୍ ମଙ୍କି ରିପେଲର ମେସିନ ସାହାଯ୍ୟରେ ଆଣ୍ଟି ଡିପ୍ରେଡେସନ ଟିମ୍ ପ୍ରତ୍ୟେକ ବନଖଣ୍ଡରେ ମାଙ୍କଡ ଘଉଡ଼ାଇବା ପାଇଁ ସାହାଯ୍ୟ କରୁଛନ୍ତି । ଉତ୍ପାତ କରୁଥିବା ମାଙ୍କଡ଼ଙ୍କୁ ଇଞ୍ଜେକ୍ସନ ଦେଇ ଜଙ୍ଗଲରେ ଛଡ଼ାଯିବ । ଆବଶ୍ୟକ ପଡ଼ିଲେ ଅଭିଜ୍ଞ ମଙ୍କଡିଆ ମାନଙ୍କର ସାହାଯ୍ୟ ନେଉଛି ବନ ବିଭାଗ । ରାଜ୍ୟର ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନରେ ମାଙ୍କଡ ଘଉଡ଼ାଇବାକୁ ଯନ୍ତା ଓ ଜାଲର ବ୍ୟବହାର କରାଯାଉଛି ।

Leave a Reply

Your email address will not be published. Required fields are marked *