ପଶ୍ଚିମବଙ୍ଗରୁ ଶିମିଳିପାଳ ଫେରିଛି ବାଘୁଣୀ ‘ଜିନତ’। ପଶ୍ଚିମବଙ୍ଗ ଆଲିପୁର ଚିଡ଼ିଆଖାନାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ବିଳମ୍ବିତ ରାତିରେ ଅଣାଯାଇଛି। ଓଡ଼ିଶା ପହଞ୍ଚିବା ପରେ ଶିମିଳିପାଳ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ଜିନତକୁ ଛଡ଼ାଯାଇଛି । ଜିନତକୁ ଆଣିବା ପାଇଁ କୋଲକାତାକୁ ଓଡ଼ିଶା ବନ ବିଭାଗର ଯାଇଥିଲେ ୧୦ ଜଣିଆ ଟିମ । ଶନିବାର ପଶ୍ଚିମବଙ୍ଗର ଗୋସାଇଁଡିହି ଗ୍ରାମ୍ୟ ଜଙ୍ଗଲରେ ଜିନ୍ନତକୁ ଗତକାଲି ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ବାଘୁଣୀ ଜିନତକୁ ଟ୍ରାଙ୍କୁଲାଇଜ କରିବା ପରେ ଆଲିପୁର ଚିଡିଆଖାନାରେ ରଖାଯାଇଥିଲା । ତାର ସ୍ୱାସ୍ଥ୍ୟ ପ୍ରତି ଯାଞ୍ଚ ରଖାଯାଇଥିଲା । ଏହା ପରେ ଆଲିପୁରରୁ ସ୍ଥାନାନ୍ତର ପାଇଁ ପଶ୍ଚିମବଙ୍ଗ ବନ୍ୟପ୍ରାଣୀ ବିଭାଗକୁ ଏକ ଚିଠି ଲେଖି NTCAକୁ ନିର୍ଦ୍ଦେଶ ଦେଇଥିଲା । ସେପଟେ ବାଘୁଣୀକୁ କାହିଁକି ଓଡ଼ିଶା ନ ପଠାଇ ଆଲିପୁର ଚିଡ଼ିଆଖାନାକୁ ପଠାଗଲା, ସେ ନେଇ ପ୍ରଶ୍ନ ଉଠାଇଥିଲେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ- NTCA । ଓଡ଼ିଶା ତରଫରୁ ବାଘୁଣୀକୁ ଫେରାଇବା ନେଇ ଚିଠି ପରେ, ଏନଟିସିଏ ପଶ୍ଚିମବଙ୍ଗକୁ ଚିଠି ଲେଖିଥିଲା । ଏସଓପି ଅନୁଯାୟୀ କାହିଁକି ବାଘୁଣୀକୁ ଓଡ଼ିଶା ନପଠାଇ ଆଲିପୁର ପ୍ରାଣୀ ଉଦ୍ୟାନରେ ରଖାଗଲା ତାରା କାରଣ ଦର୍ଶାଇବାକୁ ମଧ୍ୟ ଚିଠିରେ କୁହାଯାଇଛି । Post navigation ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼; ବ୍ୟାରିକେଡ଼ ଭାଙ୍ଗିଲେ ଶ୍ରଦ୍ଧାଳୁ ଆୟୁଷ୍ମାନ ଭାରତ ଯୋଜନାରେ ମହିଳାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା: ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ