ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ନୂଆ ଅତିଥି। ତୃତୀୟ ଥର ପାଇଁ ମାଆ ହୋଇଛି ବାଘୁଣୀ ଅଙ୍କିତା। ନନ୍ଦନକାନନରେ ଏକ ଶାବକ ଜନ୍ମ ଦେଲା ବାଘୁଣୀ ଅଙ୍କିତା । ୧୩ ବର୍ଷୀୟା ବାଘୁଣୀ ଅଙ୍କିତା ଶାବକ ଜନ୍ମ ଦେଇଥିବା ଜଣାପଡିଛି । ବର୍ତ୍ତମାନ ଏହି ଶାବକ ଜନ୍ମ ହେବା ପରେ ପ୍ରାଣୀ ଉଦ୍ୟାନର ବାଘ ସଂଖ୍ୟା ୨୮କୁ ବୃଦ୍ଧିପାଇଛି। ଉଭୟ ମା ଓ ଛୁଆଙ୍କୁ ସିସିଟିଭି ନଜରରେ ରଖାଯାଇଛି ସିସିଟିଭି ଜରିଆରେ ନିରୀକ୍ଷଣ କରାଯାଉଛି। ଏହାସହିତ ତାର ତଥା ତା ନବଜାତ ଶାବକର ମଧ୍ୟ ଯତ୍ନ ନିଆଯାଉଛି। କିଛି ମାସ ତଳେ ନନ୍ଦନକାନନରେ ମହାବଳ ବାଘ ସେଫ ସହିତ କରାଯାଇଥିଲା ମିଳନ। ଏହାପରେ ଆଜି ବାଘୁଣୀ ଅଙ୍କିତା କୁନି ଶାବକକୁ ଜନ୍ମ ଦେଇଛି। Post navigation କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୧୬ ବିଜେଡି କାଉସିଲର ପିଏମ୍ କିଷାନରେ ଓଡ଼ିଶାରୁ ସାମିଲ ଅଛନ୍ତି ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀ