ଭାଙ୍ଗୁଛି ବିଜେଡିର ଭଦ୍ରକ ଗଡ଼ । ବିଜେଡ଼ିକୁ ପୁଣି ଏକ ବଡ଼ ଝଟକା ଲାଗିବାକୁ ଯାଉଛି । ଏକକାଳୀନ ଭଦ୍ରକ ଜିଲ୍ଲାର ୩ ଜଣ ପ୍ରମୁଖ ନେତା ଦଳ ଛାଡ଼ିବାକୁ ଯାଉଥିବା ଖବର ସାମ୍ନାକୁ ଆସିଛି। ବିଜେଡ଼ିର ବରିଷ୍ଠ ନେତା, ଦକ୍ଷ ସଂଗଠକ ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଜିଲ୍ଲା ବିଜେଡ଼ି ସଭାପତି ଜଗନ୍ନାଥ ସ୍ବାଇଁ ମଧ୍ୟ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହାସହ ବିଜେଡ଼ି ଛାଡ଼ି ଏହ ତିନି ନେତା ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । କିଛି ଦିନ ତଳେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ତାଙ୍କ ସହ ଜିଲ୍ଲାର ୪ ବ୍ଲକର ଅଧ୍ୟକ୍ଷ ଓ ୫୦ରୁ ଅଧିକ ସରପଂଚ ଓ ସମିତି ସଭ୍ୟ ବିଜେପିରେ ମିଶିବା ପରେ ଏବେ ଆଉ ତିନି ହେଭିୱେଟ୍ ନେତା ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ପର ଠାରୁ ମଣ୍ଡଳ ଦମ୍ପତି ଦଳ ଭିତରେ ଏକପ୍ରକାର କୋଣଠେସା ହୋଇଛନ୍ତି । ଏପରିକି ବହୁ ଦଳୀୟ କାର୍ଯ୍ୟକ୍ରମରେ ମଣ୍ଡଳ ଦମ୍ପତିଙ୍କୁ ଦେଖବାକୁ ମିଳିନାହିଁ । ଏହା ସହ ଏହି ତିନି ବିଜେଡି ନେତା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଆଉ ବିଜେପିରେ ସାମିଲ ହେବା ନେଇ ମଧ୍ୟ ସବୁଜ ସଙ୍କେତ ଦେଇସାରିଛନ୍ତି। ଅପରପକ୍ଷେ ଜଣେ ଦୃଢ ସଂଗଠକ ଭାବେ ଜଣାଶୁଣା ମୁକ୍ତିକାନ୍ତ ମଣ୍ଡଳ ବିଜେପିରେ ମିଶିଲେ ଜିଲ୍ଲାରେ ବିଜେପି ଆହୁରି ମଜବୁତ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ନୂଆ ବର୍ଷରେ ଭଦ୍ରକ ଜିଲ୍ଲାରେ ଏକ ବଡ଼ ରାଜନୈତିକ ହଲଚଲ ହେବାକୁଯାଉଛି ଯାହା ସମୟକୁ ଅପେକ୍ଷା । Post navigation Reconstitution Of OSCBC: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ ତୁରନ୍ତ ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ Paddy Mandi: ମଣ୍ଡି ସମସ୍ୟା ନେଇ କାଲି ଲୋକସଭା ଭବନରେ ବସିବ ବଡ ବୈଠକ