ରାୟଗଡ଼ା ଜିଲ୍ଲା ଗୁଡ଼ାରି ଥାନାଞ୍ଚଳରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। କପା ତୋଳିବାକୁ ଯାଇଥିଲା ବେଳେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଜଣେ ୨୫ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ୩ ଜଣ ଦୃବୁର୍ତ୍ତ ମିଶି ଗଣଦୁଷ୍କର୍ମ ଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଅଭିଯୁକ୍ତ ୩ଜଣଙ୍କୁ ଥାନାରେ ଅଟକ ରଖି ପଚରଉଚରା କରୁଛି ପୋଲିସ। ସୂଚନା ମୁତାବିକ, ଗତକାଲି ନାବାଳିକା ଜଣକ ନିକଟସ୍ଥ ଜଙ୍ଗଲକୁ କାଠ ପାଇଁ ଯାଉଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଟେକି ନେଇ ଗୋଟିଏ କପା ବାଡ଼ରେ ଗଣଦୁଷ୍କର୍ମ କରିଥିଲେ। ତେବେ ଏନେଇ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ଗୁଡ଼ାରୀ ଆଇଆଇସି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। Post navigation Journalist Killed: ବସ୍ ଧକ୍କାରେ ଜଣେ ସାମ୍ବାଦିକାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ Bhubaneswar Pollution: ପ୍ରଦୂଷଣ ରୋକିବାକୁ ବିଏମ୍ସି ପକ୍ଷରୁ ଜାରି ହେଲା କଟକଣା