ମୟୂରଭଞ୍ଜ ଜିଲ୍ଲା ଯଶିପୁର ଅବକାରୀ ଥାନାରେ ମହିଳାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ମାହାର୍ଦ୍ଦାପଳସା ଗାଁ ଢିପାସାହିର ଆଦିବାସୀ ମହିଳାଙ୍କୁ ଯଶିପୁର ଅବକାରୀ ଥାନା ଅଧିକାରିଣୀ ନିସ୍ତୁକ ମାଡ ମାରିଥିବା ଅଭିଯୋଗ । ପୂର୍ବରୁ ଜବତ ମଦ ସହ ଫଟୋ ଉଠାଇ ମିଥ୍ୟା କେସ୍ କରିଥିବା ଅଭିଯୋଗ ଆଣିଛନ୍ତି ମହିଳା । ମହିଳାଙ୍କ ଅଭିଯୋଗ ଆଧାରରେ ଯଶିପୁର ପୋଲିସର ତଦନ୍ତ ଆରମ୍ଭ କରିଛି। ସୂଚନା ଯୋଗ୍ୟ; ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଅବକାରୀ ଥାନା ଅଧିକାରିଣୀ ଶୁଭଦର୍ଶିନୀ ସାହୁ ଗତ ୨୨ ତାରିଖରେ ମାହାର୍ଦ୍ଦାପଳସା ଗାଁ ଢିପାସାହିର ରେଶମା ପିଙ୍ଗୁଆଙ୍କୁ ତାଙ୍କ ଘରୁ ଜୋରଜବରଦସ୍ତ ଅବକାରୀ ଥାନାକୁ ଉଠାଇ ଆଣିଥିଲେ । ଯଶିପୁର ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅବକାରୀ ଥାନାକୁ ଆଣି ପୂର୍ବରୁ ଜବତ ହୋଇଥିବା ମଦ ସହ ଫଟୋ ଉଠାଇବାକୁ ତାଙ୍କୁ କହିଥିଲେ । ହେଲେ ସେଥିରେ ରାଜି ନହେବାରୁ ହାଜତ ଭିତରେ ଥିବା ବାଥରୁମକୁ ନେଇ ଅବକାରୀ ଥାନା ଅଧିକାରିଣୀ ଶୁଭଦର୍ଶିନୀ ସାହୁଙ୍କ ସମେତ ଅନ୍ୟ ଜଣେ ମହିଳା କର୍ମଚାରୀ ରେଶମାଙ୍କୁ ନିସ୍ତୁକ ମାଡମାରି କୋର୍ଟ ଚାଲାଣ କରିଥିଲେ । Post navigation ମୁଣ୍ଡଳି ପହଞ୍ଚିଲା ହୀରାକୁଦ ପାଣି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଝାରସୁଗୁଡ଼ାରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଓ ପୋଲିସ୍ ଡିଜି