ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ପୁଣି ଥରେ ହତ୍ୟା ଉଦ୍ୟମ। ଟ୍ରମ୍ପଙ୍କ କାର୍ଲିଫଣ୍ଣିଆ ସ୍ଥିତ ରାଲିର କିଛି ଦୂରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ । ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ ନିର୍ବାଚନ ପୂର୍ବରୁ କମଳା ହ୍ୟାରିସ୍ ଓ ଡୋନାଲ୍ଡ ଟ୍ରମ୍ପ ଲଗାତାର ପ୍ରଚାର କରୁଛନ୍ତି। ଏହାରି ମଧ୍ୟରେ ଟ୍ରମ୍ପଙ୍କୁ ତୃତୀୟ ଥର ପାଇଁ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ହୋଇଛି। ଏଥର ଟ୍ରମ୍ପଙ୍କୁ ଆକ୍ରମଣ କରିବାକୁ ଆସିଥିବା ବ୍ୟକ୍ତି ଜଣକ ପୂର୍ବତନ ରାଷ୍ଟ୍ରପତିଙ୍କ ରାଲି ସ୍ଥଳଠାରୁ ଅଳ୍ପ ଦୂରରେ ଧରାପଡ଼ିଥିଲେ। ଗିରଫ ବ୍ୟକ୍ତିଙ୍କଠୁ ବିପୁଳ ପରିମାଣର ଗୁଳାବାରୁଦ, ବନ୍ଧୁକ, ଗୁଳି ସହ କିଛି ନକଲି ପ୍ରେସ କାର୍ଡ ଜବତ କରାଯାଇଛି ।

ସୂଚନାଯୋଗ୍ୟ, ଟ୍ରମ୍ପ ଯେଉଁ ସମୟରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ପ୍ରଚାର କରୁଥିଲେ ସେହି ଟିକିଏ ଦୂରରେ ୪୯ ବର୍ଷୀୟ ୱେମ୍ ମିଲର ନାମକ ବ୍ୟକ୍ତି ଜଣଙ୍କ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ବ୍ଲାକ ରଙ୍ଗର ଏସୟୁଭି କାରରେ ଆସି ଟ୍ରମ୍ପ କାର୍ଯ୍ୟକ୍ରମ ଭିତରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା । ସନ୍ଦେହ ଲାଗିବାରୁ ଉକ୍ତ ବ୍ୟକ୍ତିଙ୍କ ପୋଲିସ ଯାଞ୍ଚ୍ କରିଥିଲା ପରେ ତାଙ୍କ ପାଖରୁ ଗୁଳି ଭର୍ତ୍ତି ବନ୍ଧୁକ ଜବତ କରାଯିବା ସହ ନକଲି ପ୍ରେସ କାର୍ଡ ମିଳିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କହିଛି ପୋଲିସ୍ ।ଏବେ ଟ୍ରମ୍ପଙ୍କ ଉପରେ କୌଣସି ବିପଦ ନଥିବା ନେଇ ଆମେରିକାର ଆଟର୍ଣ୍ଣି ଅଫିସ ପକ୍ଷରୁ ସୂଚନା ଦିଆଯାଇଛି ।

ଟ୍ରମ୍ପଙ୍କୁ ପୂର୍ବରୁ ଦୁଇଥର ଆକ୍ରମଣ କରାଯାଇଛି। ଗତ ଜୁଲାଇ ୧୩ରେ ଟ୍ରମ୍ପଙ୍କୁ ପେନ୍ସିଲଭେନିଆର ବଟଲରରେ ମାଥ୍ୟୁ କ୍ରୁକ୍ସ ଗୁଳି କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ସେ ନିହତ ହୋଇଥିଲେ। ଏହାପରେ ସେପ୍ଟେମ୍ବରରେ ତାଙ୍କୁ ଆକ୍ରମଣ କରିବାକୁ ଦ୍ୱିତୀୟ ଉଦ୍ୟମ ହୋଇଥିଲା। ଗଲ୍ଫ କୋର୍ସରେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ରିୟାନ୍ ୱେସ୍ଲି ରାଉତଙ୍କୁ ଗିରଫ କରାଯାଇଥିଲା।

Leave a Reply

Your email address will not be published. Required fields are marked *