ଚଳିତ ମାସରେ ଶ୍ରୀମନ୍ଦିରରେ ହେବନି ଧାଡ଼ି ଦର୍ଶନ ଟ୍ରାଏଲ ରନ୍। ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଡିସେମ୍ବର ୨୮ରୁ ଶ୍ରୀମନ୍ଦିରରେ ହେବ ନାହିଁ ଧାଡ଼ି ଦର୍ଶନ । ଗଙ୍ଗା ସ୍ନାନ ପରଠାରୁ ଜାନୁଆରୀ ୨୦ ଯାଏଁ ମନ୍ଦିରରେ ହେବ ଶ୍ରଦ୍ଧାଳୁଙ୍କ ଭିଡ଼ ରହିବ । ଏହି ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ସହ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହା ସହ ଜାନୁଆରୀ ୨୦ରୁ ୨୨ ଭିତରେ ଧାଡି ଦର୍ଶନ ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *