ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ରାମ୍ପ ଓ ବ୍ୟାରିକେଡ୍ ବ୍ୟବସ୍ଥା ହେବ। ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ହୋଇଥିବା ବେଳେ ଏ ନେଇ ସୂଚନା ଦେଇଛନ୍ତି। ଓବିସିସି ଅବଢ଼ା ଯୋଜନାରେ ନାଟ ମଣ୍ଡପରେ ରାମ୍ପ ଓ ବ୍ୟାରିକେଡ୍ ବ୍ୟବସ୍ଥା ହେବ। ଏ ନେଇ ଡାଇଗ୍ରାମ ମଧ୍ୟ ପ୍ରସ୍ତୁତ ସରିଛି। କାର୍ତ୍ତିକ ମାସ ପରେ କାମ ଆରମ୍ଭ ହେବ ବୋଲି ବୈଠକରେ କୁହାଯାଇଛି। ବୟସ୍କ, ମହିଳା, ଦିବ୍ୟାଙ୍ଗ, ଶିଶୁ ସମସ୍ତଙ୍କ ଲାଗି ଭିନ୍ନ ଭିନ୍ନ ଧାଡ଼ି ରହିବ। ସାତ ପାହାଚ ଦେଇ ନାଟମଣ୍ଡପ ରାମ୍ପରେ ପ୍ରବେଶ, ଘଣ୍ଟି ଦ୍ୱାର ଦେଇ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *