ଦିନକୁ ଦିନ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳ ହେଉଛି ସର ବିଶ୍ଵ। ଏଭଳି ସମୟରେ ରାଜ୍ୟର ୭୬୪ ଗ୍ରାମପଞ୍ଚାୟତରେ ନାହିଁ ଇଣ୍ଟରନେଟ୍ ସେବା । ବିଧାନସଭାରେ ଉଠିଲା ଗ୍ରାମରେ ଇଣ୍ଟରନେଟ୍ ପ୍ରସଙ୍ଗ । ଦୁଇ ଦିନର ବିରତି ପରେ ଆଜି ଆରମ୍ଭ ହୋଇଛି ବିଧାନସଭା। ଏହି ସମୟରେ ଏନେଇ ଆଜି ଗୃହରେ ଉତ୍ତର ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ୧୬୭ ବ୍ଲକର ୭୬୪ ଗ୍ରାମପଞ୍ଚାୟତରେ ମୋବାଇଲ୍ ଟାୱାର ନାହିଁ । ସର୍ବାଧିକ କନ୍ଧମାଳ ଜିଲ୍ଲାର ୧୦୬ ଟି ପଞ୍ଚାୟତରେ ନାହିଁ ଟାୱାର୍ । ଜୁନ୍ ୨୦୨୫ ସୁଦ୍ଧା ବଳକା ୨,୧୯୨ଟି ଟାୱାର୍ କାର୍ଯ୍ୟକ୍ଷମ ହେବ । ଏହା ସହ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୨୬୦୩ ଗାଁରେ ନାହିଁ ମୋବାଇଲ ସେବା । ରାଜ୍ୟରେ ଅଦ୍ୟାବଧି ମୋଟ୍ ୫୧୧୭୬ଟି ଗାଁ ମଧ୍ୟରୁ ୨୬୦୩ଟି ଗାଁରେ ମୋବାଇଲ ସେବା ଉପଲବ୍ଧ ନାହିଁ । ତେବେ ରାଜ୍ୟ ସରକାର ଇଣ୍ଟରନେଟ୍ ସେବା ଯୋଗାଇବା ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। Post navigation ଆଜି ନୂଆ ବିଦ୍ୟୁତ୍ ଟାରିଫ୍ ଘୋଷଣା ରାଜଧାନୀରେ ନକଲି ପୋଲିସକୁ ଧରିଲା ଅସଲି ପୋଲିସ