ରାଜ୍ୟରେ ଅଭାବ ଡାକ୍ତର, ନର୍ସ, ପାରା ମେଡିକାଲ୍‌ ଷ୍ଟାଫ୍‌ । ତେଣୁ ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥା ହୋଇପଡିଛି। ରାଜ୍ୟର ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି WHO ନିୟମ ଅନୁସାରେ ପ୍ରତି ହଜାରେ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି। ମାତ୍ର ଓଡ଼ିଶାରେ ୧୬୨୨ ଲୋକଙ୍କ ପାଇଁ ଅଛନ୍ତି ଜଣେ ଡାକ୍ତର ।

ସେହିପରି ବିଶେଷଜ୍ଞ ଡାକ୍ତର ୪୯ ପ୍ରତିଶତ, ନର୍ସିଂ କ୍ଷେତ୍ରରେ ୩୦ ପ୍ରତିଶତ ପଦବୀ ଖାଲି ରହିଛି । ଡିଏଚ୍‌ଏଚ୍‌, ସିଏଚ୍‌ସି, ପିଏଚ୍‌ସିରେ ଖାଲି ପଡ଼ିଛି ବହୁ ପଦବୀ ।

Leave a Reply

Your email address will not be published. Required fields are marked *