ଆଜି ବିଧାନସଭା ଗୃହରେ ଉଠିଲା ଗମନାଗମନର ଅସୁବିଧାର ପ୍ରସଙ୍ଗ । ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ପଚାରିଥିବା ପ୍ରଶ୍ନରେ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାଏକଙ୍କ ଅନୁପସ୍ଥିତିରେ ତାଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଲିଖିତ ଉତ୍ତରରେ କହିଛନ୍ତି ରାଜ୍ୟରେ ୨୩୮୦ ଗାଁକୁ ଏବେ ବି ମଧ୍ୟ ରାସ୍ତା ସଂଯୋଗୀକରଣ ହୋଇପାରି ନାହିଁ । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୫୮ ଗାଁକୁ ରାସ୍ତା ନାହିଁ । କନଭରଜେନ୍ସ ଯୋଜନା ମାଧ୍ୟମରେ ରାସ୍ତା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ପୁର୍ବରୁ ସିଏଫସି , ଏସଏଫସି , ଏମ୍ଏଲ୍ଏ ଲ୍ୟାଡ, ଏମପି ଲ୍ୟାଡ ଏବଂ ମନରେଗାରେ ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା ଥିଲା । କିନ୍ତୁ ପୁର୍ବ ରାଜ୍ୟ ସରକାର କୌଣସି କର୍ଯ୍ୟ କରିନାହାନ୍ତି । ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା ମାଧ୍ୟମରେ ଏଥିପାଇଁ ବ୍ୟବସ୍ଥା ରହିଛି । ଏହି ଯୋଜନାର ୩୫ ପ୍ରତିଶତ ଅର୍ଥ ଗାଁ ରାସ୍ତା ନିର୍ମାଣରେ ଖର୍ଚ୍ଚ ପାଇଁ ପ୍ରାବଧାନ ରହିଛି । ଗ୍ରାମସଭା ମାଧ୍ୟମରେ ଆସୁଥିବା ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁର କରାଯିବ । ତେଣୁ ଯେଉଁଥିରେ ଅସୁବିଧା ରହିଛି ସେ ନେଇ ପଞ୍ଚାୟତି ରାଜ ବିଭାଗକୁ ଲିଖିତ ଆକାରରେ ଅଭିଯୋଗ ଦେବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ । Post navigation ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ କ୍ଷମା ମାଗିଲା କିଟ; ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କଲା କାର୍ଯ୍ୟାନୁଷ୍ଠାନ ଘୋଷଣା