ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ, ଜାତୀୟ ମହିଳା ଆୟୋଗ “ଜାତୀୟ ମହିଳା କମିଶନ – ଆପଣଙ୍କ ଦ୍ୱାରରେ” ଶୀର୍ଷକ ଏକ ଜନ ଶୁଣାଣି ଆୟୋଜନ ହୋଇଛି । ଏହି ଅବସରର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ରାଜ୍ୟରେ ଥିବା ମହିଳା ଆୟୋଗ ଏବେ କ୍ଷମତା ଏବେ ସମ୍ପନ୍ନ ହେବ । ମହିଳା ଆୟୋଗ ସମନ ଜାରି ଡାକିବା ସହିତ ଏଣିକି ଦଣ୍ଡିତ କରିବାର ମଧ୍ୟ ଅଧିକାର ପାଇବ ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ରାଜ୍ୟରେ ମହିଳା କମିଶନଙ୍କର ଦଣ୍ଡିତ କରିବା ଅଧିକାର ନାହିଁ । ୩୨ ବର୍ଷ ହେଲାଣି ମହିଳା କମିଶନ କେବଳ ସୁପାରିସ୍‌ କରୁଛନ୍ତି । କମିଶନଙ୍କର ପୋଲିସ ପାୱାର ବିନା କିଛି ମାନେ ନାହିଁ  । କମିଶନ ନିଜେ କାର୍ଯ୍ୟାନୁଷ୍ଠାନ ନେବା ଦରକାର, ନହେଲେ ମାନେ କିଛି ନାହିଁ । ମହିଳା କମିଶନଙ୍କୁ କ୍ଷମତା ଦେବା ପାଇଁ ଏବେ ସମୟ ଆସିଛି । ସେ ଅଧିକାର ସରକାର ଦେବେ ଏବଂ ମହିଳା କମିଶନ କ୍ଷମତା ସମ୍ପନ୍ନ ହେବ ।

Leave a Reply

Your email address will not be published. Required fields are marked *