ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅଧୀନ ପଦ୍ମପୁରସ୍ଥିତ ବାଞ୍ଛାନିଧି ଇଂରାଜୀ ମିଡିୟମ ଘରୋଇ ସ୍କୁଲର ଜଣେ ଛାତ୍ରଙ୍କ ଉପରେ ପାଣିଟାଙ୍କି କାନ୍ଥ ଭୁଶୁଡ଼ି ପଡ଼ିବାର ଛାତ୍ରଙ୍କ ମୃତ୍ୟ ହୋଇଛି । ଛାତ୍ର ଜଣକ ହେଲେ ୧୦ ବର୍ଷର ନାରାୟଣ ଟୁଡୁ। ଖୋର୍ଦ୍ଧା ଜିଲା ଅଧୀନ ବାରଙ୍ଗ ଅଞ୍ଚଳର ବାଗରାଇ ଟୁଡୁଙ୍କ ପୁଅ ନାରାୟଣ ଚତୁର୍ଥ ଶ୍ରେଣୀରେ ପଢୁଥିଲେ। ନାରାୟଣ ସ୍କୁଲ ହଷ୍ଟେଲରେ ରୁହନ୍ତି। ଆଜି ସକାଳେ ସକାଳେ ଜଳଖିଆ ଖାଇ ସେ ହାତ ଧୋଇବାକୁ ଅନ୍ୟ ଛାତ୍ରଙ୍କ ସହ ଯାଇଥିଲେ। ହାତ ଧୋଇବା ସମୟରେ ହଠାତ୍ ସିମେଣ୍ଟ ତିଆରି ପାଣିକୁଣ୍ଡର କାନ୍ଥ ଭୁଶୁଡ଼ି ତଳକୁ ପଡ଼ିଥିଲା। ଅନ୍ୟ ଛାତ୍ରମାନେ ସାମାନ୍ୟ ଆହତ ହୋଇଥିବାବେଳେ ନାରାୟଣଙ୍କ ଉପରେ କୁଣ୍ଡ ପଡ଼ିଥିଲା। ତାଙ୍କ ମୁଣ୍ଡ ଏବଂ ଗୋଡ଼ରେ ଆଘାତ ଲାଗିଥିଲା। ତାଙ୍କୁ ବାଲେଶ୍ୱର ଡାକ୍ତରଖାନା ଅଣାଯାଇଥିଲା। ଡାକ୍ତର ନାରାୟଣଙ୍କୁ ମୃତ ଘୋଷଣା କରିଥିଲେ। ନାରାୟଣଙ୍କ ପରିବାରକୁ ଖବର ଦିଆଯାଇଛି। ନାରାୟଣଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।ଚାନ୍ଦିପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନାରାୟଣଙ୍କ ମୃତ୍ୟୁକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ରବୀନ୍ଦ୍ର ବାରିକଙ୍କୁ ପଚାରିବାରୁ ପିଲା ହାତ ଧୋଉଥିବା ବେଳେ ପାଣିଟାଙ୍କି ଉପରୁ ତଳକୁ ଭୁଶୁଡ଼ି ପଡ଼ିଲା। ଫଳରେ ପିଲାଟି ଉପରେ ଟାଙ୍କି ପଡ଼ିବାରୁ ତାର ମୃତ୍ୟୁ ହେଲା ବୋଲି କହିଛନ୍ତି। Post navigation ବର୍ଷା ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀମାନଙ୍କୁ ରଥଯାତ୍ରା ପାଇଁ ନିମନ୍ତ୍ରଣ ଦେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ