ଦୀର୍ଘ ସାତ ବର୍ଷ ପରେ ଆଜି ପାର୍ସଲ ବୋମା ବିସ୍ଫୋରଣର ଶୁଣାଣି କରିବେ ପାଟଣାଗଡ଼ ଏଡିଜେ କୋର୍ଟ। ବହୁଚର୍ଚ୍ଚିତ ବଲଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆଜି ଆସିବ ରାୟ । ଏହି ଘଟଣାରେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାୟ ଶୁଣାଯାଇ ପାରିଲାନାହିଁ । ଆଜି ଏହି ଘଟଣାର ପାଟଣାଗଡ଼ ଏଡିଜେ କୋର୍ଟ ରାୟ ଶୁଣାଇବେ । ମଧ୍ୟାହ୍ନ ପରେ ରାୟ ଶୁଣାଯିବ ବୋଲି ପାଟଣାଗଡ଼ ଏଡିଜେ ସୂଚନା ଦେଇଛନ୍ତି । ଦୋଷୀ ପୁଞ୍ଜିଲାଲ ମେହେରକୁ କେଉଁ ଦଣ୍ଡ ମିଳିବ ତାହାକୁ ନେଇ ରହିଛି ସମସ୍ତଙ୍କ ନଜର ।

ସୂଚନା ଅନୁସାରେ, ଗତ ୨୦୧୮ ଫେବୃଆରୀ ୨୩ ତାରିଖରେ ବଲଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘରକୁ ପାର୍ସଲ ବୋମା ପଠାଇଥିଲେ । ଗତ ୨୦୧୮ ମସିହାରେ ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ହୋଇଥିଲା । ଉପହାର ଖୋଲୁଥିବା ସମୟରେ ଉପହାରରେ ଆସିଥିବା ପାର୍ସଲ ବୋମାକୁ ମଧ୍ୟ ଖୋଲିବା ସମୟରେ ତାହା ବିସ୍ପୋରଣ ହୋଇଥିଲା ।

ଏହି ଘଟଣାରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀ ରିମାରାଣୀ ଗୁରୁତର ଭାବେ ଆହତ ହୋଇଥିଲେ  । ଏହି ଘଟଣାରେ ପୋଲିସ ତନାଘନା ଯାଞ୍ଚ କରିଥିଲା। ୬୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇ କ୍ରାଇମ୍‌ବ୍ରାଞ୍ଚ ୨ ହଜାର ଫର୍ଦ୍ଦର ଚାର୍ଜସିଟ୍‌ ଦାଖଲ କରିଛି। ଏହି ଘଟଣାର ତଦନ୍ତ ପାଇଁ ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଜ ଏଡିଜି ଅରୁଣ ବୋଥ୍ରା ମଧ୍ୟ ସଂପୃକ୍ତ ଥିଲେ। ବଲାଙ୍ଗୀର ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ ତନାଘନା ଯାଞ୍ଚ କରି ଅଭିଯୁକ୍ତ ପୁଞ୍ଜିଲାଲକୁ ଗିରଫ କରିଥିଲା ।

ପରେ ପୁଞ୍ଜିଲାଲ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଭିଯୁକ୍ତ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ସାତ ବର୍ଷରୁ ଅଧିକ କାଳ ହେଲା ଜେଲରେ ରହିଛି ।

Leave a Reply

Your email address will not be published. Required fields are marked *