ରାଜ୍ୟରେ ଦରକାର ଅଛି ଆଉ ୫ଶହ ରାଇସ୍ ମିଲ୍ ଏନେଇ ଆଜି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ରାଜ୍ୟରେ ରାଇସ୍ ମିଲ୍ ଓ ଚାଉଳ ରପ୍ତାନୀ ନେଇ ଅସୁବିଧା ଦେଖାଯାଇଛି। ମିଲ୍ ଅଭାବରୁ ଧାନ ଉଠାଇବାରେ ଅସୁବିଧା ହେଉଛି । ତେଣୁ ରାଜ୍ୟରେ ଆହୁରି ୪ଶହରୁ ୫ଶହ ରାଇସ୍ ମିଲ୍ର ଆବଶ୍ୟକତା ରହିଛି । ସେ କହିଛନ୍ତି ଆମ ରାଜ୍ୟରେ ୧୪୦୦ ରାଇସ୍ ମିଲ୍ ରହିଛି । ଆଉ ମିଲ୍ ଖୋଲିଲେ ସରକାର ୫୦ ପ୍ରତିଶତ ସବ୍ସିଡି ଦେବେ । ରାଜ୍ୟରୁ ଉତ୍ପାଦିତ ଚାଉଳରୁ ୪୬ ଲକ୍ଷ ମେଟ୍ରିକ୍ ଟନ୍ ଯାଉଛି । ବଳକା ୧୨ରୁ ୧୫ ମେଟ୍ରିକ୍ ଟନ୍ ଚାଉଳ ଆମ ପାଖରେ ରହୁଛି । ନୂଆ ପଲିସି କରାଯିବ, ବଳକା ଚାଉଳକୁ ରପ୍ତାନୀ କରାଯିବ । Post navigation ମହାପ୍ରଭୁଙ୍କ ମୋଦକ ଚୋରି ହେବା କଥା ସତ : ଜଗନ୍ନାଥ ସ୍ବାଇଁ ମହାପାତ୍ର ବନ୍ଧୁକ ମୁନରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ୍