ଚୀନରେ ବ୍ୟାପିଥିବା ହ୍ୟୁମାନ୍ ମେଟାନିମୋ ଭାଇରସ୍ (ଏଚଏମପିଭି) ଭାଇରସ ଦେଶରେ ଏଚଏମପିଭି ଭାଇରସ୍ ଚିହ୍ନଟ ହେବା ପରେ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଆରମ୍ଭ କରିଦେଇଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଆସିଲେ ପଦକ୍ଷେପ ନିଆଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଦେଶରେ ଏଚଏମପିଭି ଚିହ୍ନଟକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଚୀନ୍ରୁ ଏଚଏମପିଭି ଆସୁଥିବା ଖବରକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏଯାବତ ସ୍ପଷ୍ଟ କରିନି । ଭାରତ ସରକାର ମଧ୍ୟ କୌଣସି ଆଡଭାଇଜରୀ ଜାରି କରି ନାହାନ୍ତି। ଯେ କୌଣସି ପ୍ରକାର ସ୍ୱାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଆସିଲେ ପଦକ୍ଷେପ ନିଆଯିବ।
ସେ ଆଉ ମଧ୍ୟ କହିଛନ୍ତି କୋଭିଡ୍ ଆମକୁ ବହୁତ କିଛି ଶିଖାଇଛି । ଆଗ ଅପେକ୍ଷା ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇଛି । ଏଚଏମପିଭି ଚିହ୍ନଟ ଲାଗି AIIMS, ICMR- RMRCରେ ବ୍ୟବସ୍ଥା ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।