ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ୟାବିନେଟର ୩୦ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଇସ୍ପାତ ଓ ଖଣି ବିଭାଗର ୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଖଣି ଚୋରା ଚାଲାଣ ରୋକିବାକୁ କଠୋର ଆଇନକୁ ମଞ୍ଜୁରୀ ମିଳିଛି । ଏଥିପାଇଁ ଆସିଲା ନୂଆ ଆଇନ ‘ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ-୨୦୨୫ । ନୂଆ ଆଇନ ପରେ ପୁରୁଣା ୨୦୦୭ ନିୟମାବଳୀକୁ ଉଚ୍ଛେଦ କରିବ ।

ଲଘୁ ଖଣିଜ ରିହାତି ନିୟମରେ ମଧ୍ୟ ସଂଶୋଧନ ହୋଇଛି । ଏଣିକି ଲଘୁ ଖଣିଜ ସଂପଦର ଆବଣ୍ଟନ ପାଇଁ ଇ-ଲଟେରୀ ବ୍ୟବସ୍ଥା କରାଯାଇଛି । ଅର୍ଥ, ଆଇଟି ସମେତ ବିଭିନ୍ନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେହିପରି SC/ST ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ବୃଦ୍ଧିକୁ କ୍ୟାବିନେଟର ମଞ୍ଜୁରୀ ।

ଏହାସହ ଓଡ଼ିଶାରେ ପ୍ରତିଷ୍ଠା ହେବ ଗ୍ଲୋବାଲ କାପାବିଲିଟି ସେଣ୍ଟର । କାପାବିଲିଟି ସେଣ୍ଟର ପାଇଁ ଆସିବ ହଜାରେ କୋଟିର ପୁଞ୍ଜିନିବେଶ । ଜଳ ପ୍ରଦୂଷଣ ନିୟମରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ମଞ୍ଜୁରୀ ମିଳିଛି। ସେହିପରି ପୋଲିସ, ବନ, ଅବକାରୀ ବିଭାଗର ନିଯୁକ୍ତି କରିବ ଆୟୋଗ। ଏଥିରେ ଜଣେ ଅଧ୍ୟକ୍ଷ, ୨ ଜଣ ସଦସ୍ୟ ରହିବେ ।

ସୂଚନା ଯୋଗ୍ୟ; ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ।

Leave a Reply

Your email address will not be published. Required fields are marked *