ବାତ୍ୟା ଦାନା ପାଇଁ ବିଭିନ୍ନ ସ୍ଥାନରେ ହାଲୁକା ପବନ ସହ ବର୍ଷା ଆରମ୍ଭ। ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ବାତ୍ୟା ଦାନା ଏବେ ୧୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଆଗକୁ ମାଡି ଆସୁଛି। କ୍ରମେ ଏହାର ଭୀଷଣ ବାତ୍ୟା ରୂପ ନେଇ ଧାମରାରୁ ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ କରିବ ।

ପାରାଦ୍ଵୀପ ରାଡାରରୁ ମିଳିଥିବା ତଥ୍ୟ ଅନୁଯାୟୀ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି ।  ବାତ୍ୟା ପ୍ରଭାବରେ ଧାମରା , ପାରାଦୀପରେ ବର୍ଷା ଆରମ୍ଭ । ରାଜ୍ୟର ବିଭିନ୍ନ ସ୍ଥାନରେ ଘୋଟିଆସୁଛି କଳା ହାଣ୍ଡିଆ ମେଘ ।ସେହିପରି କେନ୍ଦ୍ରାପଡ଼ାରେ ବାତ୍ୟା ଦାନାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି । ତାଳସାରୀ ବେଳା ଭୁମିରେ ହାଲୁକା ପବନ ସହ ଝିପିଝିପି ବର୍ଷା ଆରମ୍ଭ ।

ସୂଚନା ଯୋଗ୍ୟ; ବାତ୍ୟା ଦାନା ଆସନ୍ତା ୨୪ ତାରିଖ ରାତି ଓ ୨୫ ତାରିଖ ସକାଳେ ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ପବନର ଘଣ୍ଟା ପ୍ରତି ବେଗ ୧୧୦ରୁ ୧୨୦ ଯାଏଁ ରହିବ । ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଦୁଇ ଘଣ୍ଟା ଧରି ଜାରି ରହିବ ।

Leave a Reply

Your email address will not be published. Required fields are marked *