ଭୁବନେଶ୍ୱରସ୍ଥିତ ଓ-ହବ୍ ରେ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ତଦାରଖ। ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। ଓଡ଼ିଆ ଉଦ୍ୟୋଗୀଙ୍କୁ ଜାଗା ମିଳୁନଥିବା ଅଭିଯୋଗ ହେବା ପରେ ପହଞ୍ଚିଲେ ମନ୍ତ୍ରୀ। ଓଡ଼ିଶାରେ ଥାଇ ବି ଓଡ଼ିଆ ଉଦ୍ୟୋଗୀଙ୍କୁ ଜାଗା ମିଳୁନଥିଲା।
ସେଠାରେ ପହଞ୍ଚି ଅଫିସ କର୍ମଚାରୀଙ୍କ ସହ ସିଧାସଳଖ ଆଲୋଚନା କରୁଥିବା ସୂଚନା ମିଳିଛି । ଓଡ଼ିଶା ଷ୍ଟାର୍ଟଅପ ନାଁରେ କୋଟି କୋଟି ଟଙ୍କା ଚଳୁ କରିଛନ୍ତି ଅଣଓଡ଼ିଆ ଅଫିସର। ଓ – ହବରେ ଓଡ଼ିଶା ଷ୍ଟାର୍ଟଅପଙ୍କ ନାଁ କୋଟି କୋଟି ଟଙ୍କା ଦୁର୍ନିତୀ ହୋଇଥିବା ନେଇ ଅଭିଯୋଗ ଥିଲା । ଅଣ ଓଡ଼ିଆ ଅଫିସରମାନେ ବହୁ ରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ଶାଗ ମାଛ ଦରରେ ଜାଗା ଦେଇଥିବା ନେଇ ଅଭିଯୋଗ ହୋଇଛି ।