ବିଧାନସଭାରେ ବଢ଼ିପାରେ ସିଟ ସଂଖ୍ୟା। ପ୍ରାୟ ୫୦ ପାଖାପାଖି ସିଟ୍‌ ବଢ଼ିବାର ସମ୍ଭାବନା ରହିଛି । ଏବେ ୧୪୭ ସିଟ୍‌ ଥିବା ବେଳେ ଏହାକୁ ୨୦୦କୁ ବଢିପାରେ। ଏହାକୁ ଲକ୍ଷ୍ୟ ରଖି ୩୦୦ ସଦସ୍ୟ ବସିବା ଭଳି ନୂଆ ବିଧାନସଭା ନିର୍ମାଣ କରାଯାଉଛି ବୋଲି ଆଜି ନୂଆ ବିଧାନସଭା ଗୃହ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି।

ଏଥିପାଇଁ ୩ ହଜାର ୬୨୩ କୋଟି ଖର୍ଚ୍ଚ କରିବେ ସରକାର। ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା। ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି।

୭୦ ବର୍ଷ ପରେ ନୂଆ ରୂପ ନେବ ଲୋକସେବା ଭବନ ଓ ବିଧାନସଭା । ପୂରୁଣା ଲୋକସେବା ଭବନର ସୁରକ୍ଷା ଓ ସ୍ଥାନ ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାର ନୂଆ ଓ ଅତ୍ୟାଧୁନିକ ପ୍ରଶାସନିକ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ।

 

Leave a Reply

Your email address will not be published. Required fields are marked *