ବଦଳିବ ‘ଲକ୍ଷ୍ମୀ’ ବସ୍‌ର ନାଁ। ଲକ୍ଷ୍ମୀ ବସ୍‌କୁ ନେଇ ଚାଲିଛି ତର୍ଜମା। ନାଁରେ କିଛି ନାହିଁ, ସେବା ମିଳିବା ଦରକାର । ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ସୂଚନା । ଏନେଇ ରାଜ୍ୟ ସଡ଼କ ପରିବହନ ନିଗମ ବୈଠକରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ। ରାଜ୍ୟର ସମସ୍ତ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଚାଲୁଛି। ୩୦ଟି ଜିଲ୍ଲାରେ ମୋଟ ୧୩୫୪ଟି ବସ୍‌ ଚାଲୁଛି। ଯେଉଁ ସ୍ଥାନରୁ ବସ୍ ସେବା ନାହିଁ, ସେ ସ୍ଥାନର ଲୋକେ ସୁବିଧା ପାଇବେ। ଦେଖିବାକୁ ଗଲେ ଏହା ଦ୍ୱାରା ୬୦୩୧ଟି ପଞ୍ଚାୟତର ପାଖାପାଖି ୩.୬୪ କୋଟି ଲୋକ ଉପକୃତ ହେଉଛନ୍ତି। ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଥିଲା।

Leave a Reply

Your email address will not be published. Required fields are marked *