ଆଜିଠୁ ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଆଜିଠୁ ଆରମ୍ଭ ହୋଇ ଆସନ୍ତା ୨୫ ତାରିଖ ଚାଲିବ ଅଧିବେଶନ । ଏଥିରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି । ଆଜି ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ସରଗରମ ହେବ ଅଧିବେଶନ । ଏଥିରେ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିପାରନ୍ତି । ପୋଲିସ କମିଶନରଙ୍କ ସହ ଡିଜି ବିଧାନସଭାରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ସହ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ । ଆନ୍ଦୋଳନକରୀଙ୍କୁ ରୋକିବା ପାଇଁ ନିଆଯାଇଛି ସୁରକ୍ଷା ବ୍ୟବସ୍ଥା । ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ନଜରରେ ରହିବ ବିଧାନସଭା । ବିଧାନସଭା ପରିସରରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗୃହ ଭିତରେ, ବାହାରେ ଏବଂ ବିଧାନସଭା ଗେଟ୍ ବାହାରେ ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । କିପରି ଗୃହ ଶାନ୍ତି ଶୃଙ୍ଖଳାରେ ଚାଲିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ମଙ୍ଗଳବାର ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଗୃହ ଚଳାଇବା ପାଇଁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଥିଲେ । ସେପଟେ ଏହି ଅଧିବେଶନରେ ଉଭୟ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଗୃହ ଭିତରେ ଘେରିବାକୁ ବିଧାୟକ ଦଳ ବୈଠକରେ ପ୍ରସ୍ତୁତ କରିଛନ୍ତି ରଣନୀତି। ସାର, ମହିଳା ବିରୋଧୀ ହିଂସା ଓ ପଞ୍ଚାୟତରାଜ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିବା ପାଇଁ ବୈଠକରେ ନିଷ୍ପତ୍ତି ନେଇଛି ବିଜେଡି। ସେଥିପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଘୋଷଣା କଲେ ଏନେଇ ଏକ କମିଟି। Post navigation ଭୁବନେଶ୍ବରରେ ଆରମ୍ଭ ହେଲା ବୁଲାକୁକୁର ଗଣନା ୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନ୍ସନ୍