ବର୍ଷା ଯୋଗୁଁ ଆଜି ଭୁବନେଶ୍ବରରେ ଘଟିଛି ଅଘଟଣ। ଡ୍ରେନ୍ରେ ଭାସି ଯାଇଥିବା ନାବାଳକଙ୍କ ମୃତ୍ୟୁ ହୋଇଛି। ୟୁନିଟ ୩ ମସଜିଦ କଲୋନୀ ପାଖରେ ଥିବା ମୁକୁଳା ଡ୍ରେନ୍ରେ ଭାସିଯାଇଥିବା ୮ ବର୍ଷର ନାବାଳକର ମୃତ୍ୟୁ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ନାବାଳକଟି ବେଲୁନ୍ ଧରିବାକୁ ଯାଇ ଭାସିଯାଇଥିଲା । ତେବେ ନାବାଳକକୁ ଲକ୍ଷ୍ମୀସାଗର ନିକଟ ନାଳରୁ ଉଦ୍ଧାର କରାଯାଇଥିଲା । ୟୁନିଟ-୩ ମସଜିଦ୍ କଲୋନୀ ପାଖ ଡ୍ରେନ୍ରେ ସେ ଭାସି ଯାଇଥିଲା । ଭାସିଯିବାର ଅଧଘଣ୍ଟାପରେ ତାଙ୍କୁ ଲକ୍ଷ୍ମୀସାଗର ଓସ୍କାର ସିଟି ନିକଟ ନାଳରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଓଡ଼ିଶା ସରକାର ମୃତ ବାଳକର ପରିବାରକୁ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । Post navigation ୪୮ ଘଣ୍ଟା ବାଲେଶ୍ୱରରେ ଇଣ୍ଟରନେଟ୍ ସେବା ବନ୍ଦ ବିବାହ ବନ୍ଧନରେ ବାନ୍ଧି ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ