କୋରାପୁଟ ଜିଲ୍ଲା ନନ୍ଦପୁର ଥାନା କୁମାରଗନ୍ଧନା ହରିଆମୁଣ୍ଡା ଗାଁରେ ଘଟୁଛି ଅଭାବନୀୟ ଘଟଣା । ସ୍ବାମୀକୁ ଗଛରେ ବାନ୍ଧି ପତ୍ନୀକୁ ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ସ୍ଵାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାର ୨୪ ଘଣ୍ଟା ନ ପୁରୁଣୁ ନନ୍ଦପୁର ପୋଲିସ ଖୋଲିଲା ଗୁମର । ସ୍ତ୍ରୀ ମର୍ଡର ପ୍ଲାନ୍ ପଛରେ ରହିଥିଲା ସ୍ବାମୀ । ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀଙ୍କୁ ହତ୍ୟା କରି ନାଟକ ରଚିଥିଲା ସ୍ବାମୀ ମହେନ୍ଦ୍ର ଖରା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ବାମୀ ମହେନ୍ଦ୍ର ଓ ତାର ଦୁଇ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି ।

ପୋଲିସ ସୂଚନା ଅନୁସାରେ ଘାରୋଇ କଳହକୁ କେନ୍ଦ୍ରକରି ନିଜ ପତ୍ନୀକୁ ହତ୍ୟା ପାଇଁ ସ୍ୱାମୀ ରଚିଥିଲା ଷଡଯନ୍ତ୍ର । ତଦନ୍ତରୁ ଜଣାପଡିଛି ଯେ, ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ମହେନ୍ଦ୍ର ଖରାଙ୍କ ସହ ଦୁଇ ସହଯୋଗୀ ଦୁଇ ସାଙ୍ଗ ମାଳି ଖୁଡିବି ଗ୍ରାମର ମହେଶ ମାଲି ଏବଂ ସୋମନାଥ ଭୋଇ ସାମିଲ ଥିଲେ । ଏମାନେ ୮ ଦିନ ପୂର୍ବରୁ ପତ୍ନୀଙ୍କୁ ହତ୍ୟା କରିବା ଯୋଜନା କରିଥିଲେ । ସୋମବାର ହତ୍ୟା କରିବା ପରେ ଲୁଟ୍‌ର ଅଭିନୟ କରି ନିଜକୁ ଗଛରେ ବାନ୍ଧି ଘଟଣାକୁ ଚାପିଦେବା ଯୋଜନା କରିଥିଲେ ।

ଅଭିଯୋଗ ଅନୁଯାୟୀ, ନନ୍ଦପୁର ଥାନା କୁମାରଗନ୍ଧନା ହରିଆମୁଣ୍ଡା ଗାଁର ହରିଆ ମୁଣ୍ଡା ଗାଁର ମହେନ୍ଦ୍ର ଖରା ଓ ସ୍ତ୍ରୀ ସାବି ସୋମବାର ସକାଳୁ ସୁଭଦ୍ରା ଯୋଜନାରେ ନିଜ ଆଧାର ଅପ ଡେଟ କରିବାକୁ ଆଧାର କେନ୍ଦ୍ରକୁ ସ୍ୱାମୀ ସ୍ତ୍ରୀ ଆସିଥିଲେ । ଆଧାର କେନ୍ଦ୍ରରେ କାମ ସାରି ନିଜ ବାଇକରେ ଘରକୁ ଫେରୁଥୁବା ସମୟରେ କିଛି ଦୃର୍ବୃତ୍ତ ଆକ୍ରମଣ କରିଥିଲେ ବୋଲି କହିଥିଲା ସୈତାନ ସ୍ବାମୀ । ଦୃର୍ବୃତ୍ତମାନେ ମହେନ୍ଦ୍ରଙ୍କୁ ଏକ ଗଛରେ ବାନ୍ଧି ସ୍ତ୍ରୀ ସାବିଙ୍କୁ ହତ୍ୟାକରି ସମସ୍ତ ସୁନା ଗହଣା ଲୁଟି ଫେରାର ହୋଇ ଯାଇଥିବା ଅଭିଯୋଗ କରିଥିଲା । ଘଟଣା ସମ୍ପର୍କରେ ନନ୍ଦପୁର ଥାନା ପୋଲିସ ଖବର ଦିଆଯାଇଥିଲା । ତେବେ ପୋଲିସ ତଦନ୍ତ ବେଳେ ସ୍ବାମୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଥିଲା । ଘାରୋଇ କଳହକୁ କେନ୍ଦ୍ରକରି ନିଜ ପତ୍ନୀକୁ ହତ୍ୟା ପାଇଁ ସ୍ୱାମୀ ୮ ଦିନ ପୂର୍ବରୁ ଷଡ଼ଯନ୍ତ୍ର ରହିଥିବା ପୋଲିସ ଆଗରେ ମାନିଛି।

Leave a Reply

Your email address will not be published. Required fields are marked *