କିଟ୍‌ ଘଟଣାକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପିଲାଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି କ୍ୟାମ୍ପସ୍‌ ଛାଡ଼ିଥିବା ପିଲା ବର୍ତ୍ତମାନ କେଉଁଠି ଅଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇବେ ।କେତେ ପିଲା ଫେରୁଛନ୍ତି ଘଣ୍ଟାକୁ ଘଣ୍ଟା ଅନ୍ତରରେ ତାହା ରିପୋର୍ଟ କରିବେ । ଫେରୁଥିବା ପିଲାଙ୍କ ବିରୋଧରେ ପ୍ରତିଶୋଧ ନେଇ ପାରିବେ ନାହିଁ । ସମସ୍ତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସମ୍ମାନ ନେଇ ସରକାର ପ୍ରତିଶ୍ରୁତିବଦ୍ଧ । ତେଣୁ ନ୍ୟାୟ ଦେବାପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ ।

ଏହା ସହ ତାଗିତ କରି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି କଣ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସରକାରଙ୍କୁ ଜଣାଇଲେ ନାହିଁ । ଗୃହ କିମ୍ବା ଉଚ୍ଚ ଶିକ୍ଷା ବିଭାଗକୁ କାହିଁକି ଅବଗତ କଲେନି ପଚାରିଛୁ ।ଯେଉଁମାନେ ଭାରତ-ନେପାଳ ସମ୍ପର୍କ ଅବନତି ଭଳି କହିଛନ୍ତି ସେମାନଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ ନିଲମ୍ବିତ କରିଥିବା କହିଛନ୍ତି ।ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି, ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *