ବନ୍ଦ ହେଲା ୬୩ କଲେଜର ପ୍ରିନ୍ସିପାଲଙ୍କ ଦରମା୬୩ କଲେଜର ପ୍ରିନ୍ସିପାଲଙ୍କ ଦରମା ବନ୍ଦ । CAPA ମଡ୍ୟୁଲରେ ହିସାବ ନଦେବାରୁ ଦରମା ବନ୍ଦ କଲା ଉଚ୍ଚ ଶିକ୍ଷା ବିଭାଗ । କଲେଜ ଆକାଉଣ୍ଟର ଅପଡେଟ୍ ଦେବାକୁ ବାରମ୍ବାର ନୋଟିସ୍ ପରେ ବି ହିସାବ ନଦେବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଉଚ୍ଚ ଶିକ୍ଷା ବିଭାଗ । ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି। ସୂଚନା ଯୋଗ୍ୟ; ରାଜ୍ୟର ସମସ୍ତ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜଗୁଡ଼ିକୁ କାପା ପୋର୍ଟାଲରେ କଲେଜ ବ୍ୟାଙ୍କ ଆକାଉଣ୍ଟ ଅପଡେଟ୍ କରିବାକୁ ନିର୍ଦ୍ଦେଶ ରହିଥିଲା । ୨୦୨୪-୨୫ ବର୍ଷ ପାଇଁ ଅପଡେଟ୍ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ବାରମ୍ବାର ତାଗିଦ କରିଥିଲା । କିନ୍ତୁ ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ନ ପାଳନ କରିବା ୬୩ ଟି କଲେଜ ପାଇଁ ମହଙ୍ଗା ପଡ଼ିଛି । ଉଚ୍ଚ ଶିକ୍ଷା ବିଭାଗ ୬୩ ଟି କଲେଜ ଅଧ୍ୟକ୍ଷଙ୍କ ଦରମା ଚଳିତମାସଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଛି । ଏଥିମଧ୍ୟରୁ ସର୍ବାଧିକ ଯାଜପୁର ଜିଲ୍ଲାର ୧୧ଟି କଲେଜ ରହିଛି । ଯେପର୍ଯ୍ୟନ୍ତ ଆକାଉଣ୍ଟ ଅପଡେଟ୍ ନ ହେବ ସେ ପର୍ଯ୍ୟନ୍ତ ଦରମା ମିଳିବ ନାହିଁ ବୋଲି କୁହାଯାଇଛି । Post navigation ମୌନୀ ଅମାବାସ୍ୟାରେ ତ୍ରିବେଣୀ ସଙ୍ଗମରେ ଭିଡ: ଦିନ ୧୦ଟା ସୁଦ୍ଧା ବୁଡ଼ ପକାଇଛନ୍ତି ୩ କୋଟି ୬୧ ଲକ୍ଷ ଶ୍ରଦ୍ଧାଳୁ ଛାତ୍ରକୁ ସାପ କାମୁଡ଼ିବା ମାମଲାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ