ବୁର୍ଲା ଭୀମସାରରେ ତୁଟିଲା ଦୁଇ ଡାକ୍ତରୀ ଗୋଷ୍ଠୀ ବିବାଦ । ହାଉସ୍‌ ସର୍ଜନ ଓ ପିଜି ଛାତ୍ରଙ୍କ ମଧ୍ୟରେ ହୋଇଥିବା ବିବାଦ ଆପୋସ ଆଲୋଚନା ପରେ ସମାଧାନ ହୋଇଥିବା ସୂଚନା ଦେଇଛନ୍ତି ଭୀମସାର ନିର୍ଦ୍ଦେଶକ ଭାବଗ୍ରାହୀ ରଥ । ସେ କହିଛନ୍ତି ଆଲୋଚନା ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ହାଉସ୍ ସର୍ଜନ । ଆଜି ସଂଧ୍ୟାରୁ କାର୍ଯ୍ୟରେ ଯୋଗ ଦେବେ ।

ସୂଚନା ଅନଯାୟୀ; ରବିବାର ବିଳମ୍ବିତ ରାତ୍ରୀରେ ଭୀମସାର ପରିସରରେ ୟୁଜି ଛାତ୍ର ସଂଘର ବାର୍ଷିକ ଉତ୍ସବ ଚାଲିଥିବା ବେଳେ ପିଜି ଛାତ୍ର ଓ ହାଉସ ସର୍ଜନଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ମାରପିଟ ଭଳି ପରିସ୍ଥତି ଉପୁଜିଥିଲା । ତେବେ ସଂଘର୍ଷ ପଛରେ ପିଜି ଛାତ୍ରଙ୍କ ପୂର୍ବ ତିକ୍ତତା ଥିବା ନେଇ ସୂଚନା ମିଳିଥିଲା । ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ହାଉସ୍‌ ସର୍ଜନ ।

 

Leave a Reply

Your email address will not be published. Required fields are marked *