ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଭଙ୍ଗା ଯିବନି ବର୍ତ୍ତମାନର ବିଧାନସଭା । ଏହାକୁ ସନ୍ତକ ହିସାବରେ ରଖାଯିବ । ମ୍ୟୁଜିୟମ ଭାବେ ବ୍ୟବହାର କରାଯିବ । ଭବିଷ୍ୟତରେ ଯଦି ବିଧାନ ପରିଷଦ ଗଠନ ହୁଏ, ବ୍ୟବହାର କରାଯିବ । ଏହାସହ ନୂଆକରି ତିଆରି ହେବାକୁ ଥିବା ବିଧାନସଭାରେ ୩୦୦ ସଦସ୍ୟ ବସିପାରିବେ । ଲୋକସେବା ଭବନ ଏବଂ ବିଧାନସଭା ମଝିରେ ଥିବା ଖାଲି ସ୍ଥାନରେ ଏହି ନୂଆ ବିଧାନସଭା ଗଠନ ହେବ । ବର୍ତ୍ତମାନ ଲୋକସେବା ଭବନର ଅତି ନିକଟରେ ଥିବା ନଅ ତାଲା, ସେଚ ସଦନ ଏବଂ ରାଜୀବ ଭବନକୁ ଭଙ୍ଗାଯିବ । ଏ ସବୁ କୋଠା ବିପଦସଙ୍କୁଳ ବୋଲି ଘୋଷଣା ହୋଇସାରିଛି । ତେବେ ତିନୋଟି ପର୍ଯ୍ୟାୟରେ ନୂଆ ଲୋକସେବା ଭବନ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ଲୋକସେବା ଭବନର ମୁଖ୍ୟ ଅଫିସଟି ଖାରବେଳ ଭବନ ନିକଟରେ ନିର୍ମାଣ ହେବ । ଏହାପରେ ପାଓ୍ୱାର ହାଉସ ଛକକୁ ଲାଗି ଏଡିଏମ୍ ଅଫିସ, OSEPA ଅଫିସ୍ ପାଖରେ ହେବ ନୂତନ ଲୋକସେବା ଭବନ ଅଫିସ୍ । Post navigation Odisha Plus Two Exam: ଚଳିତ ବର୍ଷ ଅନଲାଇନରେ ହୋଇପାରେ ଯୁକ୍ତ ଦୁଇ ଖାତା ଦେଖା Scrap 10-Minute Commitment: ୧୦ ମିନିଟର ବ୍ୟାନର ହଟାଇବାକୁ ଡେଲିଭରି କମ୍ପାନୀମାନଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ତାଗିଦ