କଟକରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ । ଜାପାନର ସୁକୁବା ବିଶ୍ବବିଦ୍ୟାଳୟ ଢାଞ୍ଚାରେ ପ୍ରତିଷ୍ଠା ହେବ ଏହି ଅନୁଷ୍ଠାନ । ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ଭାରତରେ କୌଣସି ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ନାହିଁ । ଦୃଷ୍ଟିବାଧିତଙ୍କ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ଏହିଭଳି ପଦକ୍ଷେପ ନେଇଥିବା ଜଣାପଡିଛି । ଏହି ବିଶ୍ବବିଦ୍ୟାଳୟ ସନ୍ଥକବି ଭୀମଭୋଇଙ୍କ ନାଁରେ ନାମିତ ହେବ । ଏହି ବିଶ୍ୱବିଦ୍ୟାଳୟ ପାଇଁ ୪୦ ଏକର ଜମି ଯୋଗାଇ ଦେବାକୁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ମିଳିଛି। Post navigation ୬ ବର୍ଷରୁ କମ ବୟସ ପିଲା ପଢିପାରିବେ ନାହିଁ ପ୍ରଥମଶ୍ରେଣୀ; ନାମଲେଖା ପାଇଁ ବୟସ ଧାର୍ଯ୍ୟ କଲେ ସରକାର ପୁଣି ଖୋଲିଲା ନବ ଦାସ ଫାଇଲ; ଆରମ୍ଭ ହୋଇଛି ସାନି ତଦନ୍ତ: ପୃଥ୍ବୀରାଜ ହରିଚନ୍ଦନ