ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନତା ଦରବାର ଆରମ୍ଭ। ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ଶୁଣାଣି ଲୋକଙ୍କ ମନରେ ଏକ ନୂତନ ଆଶା ସଞ୍ଚାର କରିଛି। ମାଳ ମାଳ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଜନତା। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନତାଙ୍କ ଅସମ୍ଭାଳ ଭିଡ଼। ବହୁ ସଂଖ୍ୟାରେ ଅସହାୟ, ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା ଅଭିଯୋଗ ନେଇ ଆସିଥିଲେ। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରତି ସୋମବାର ନିୟମିତ ଚାଲିବ ଅଭିଯୋଗର ଶୁଣାଣି। ସମସ୍ୟା ଶୁଣିବା ସହ ସମାଧାନ ଦିଗରେ ପଦକ୍ଷେପ ନେବେ ସରକାର। ଜନତାଙ୍କ ପାଇଁ ଏ ସରକାର। ତେଣୁ ସେମାନଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯିବ।

ସଙ୍ଗେ ସଙ୍ଗେ ଲୋକଙ୍କ ସମସ୍ୟାର ସମାଧାନ ହୋଇଥିବା ଦେଖିବାକୁ ମିଳିଛି। ଅଧିକାରୀମାନେ ଲୋକଙ୍କ ପାଖକୁ ସମସ୍ୟା ବୁଝିଛନ୍ତି। ଦିବ୍ୟାଙ୍ଗଙ୍କୁ ତୁରନ୍ତ ହାତଚଲା ଗାଡ଼ି ଦିଆଯାଇଛି। ଅନ୍ତ୍ୟୋଦୟ କାର୍ଡ଼ରେ ତୁରନ୍ତ ଚାଉଳ ମିଳିବ। ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ମଧ୍ୟ ଜମା କରାଯାଇଛି।

ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନତା ଦରବାର ଆରମ୍ଭ। ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ଶୁଣାଣି ଲୋକଙ୍କ ମନରେ ଏକ ନୂତନ ଆଶା ସଞ୍ଚାର କରିଛି। ମାଳ ମାଳ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଜନତା। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନତାଙ୍କ ଅସମ୍ଭାଳ ଭିଡ଼। ବହୁ ସଂଖ୍ୟାରେ ଅସହାୟ, ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା ଅଭିଯୋଗ ନେଇ ଆସିଥିଲେ। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରତି ସୋମବାର ନିୟମିତ ଚାଲିବ ଅଭିଯୋଗର ଶୁଣାଣି। ସମସ୍ୟା ଶୁଣିବା ସହ ସମାଧାନ ଦିଗରେ ପଦକ୍ଷେପ ନେବେ ସରକାର। ଜନତାଙ୍କ ପାଇଁ ଏ ସରକାର। ତେଣୁ ସେମାନଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯିବ।

ଭୁବନେଶ୍ୱର ୟୁନିଟ୍-୫ରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣିବା ସହ ଏହାର ସମାଧାନ ପାଇଁ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବେ। ଏହି ସମୟରେ ସମସ୍ତ ମନ୍ତ୍ରୀମାନେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ସକାଳ ୯ଟାରୁ ଲୋକମାନେ ଧାଡ଼ିରେ ଛିଡ଼ା ହୋଇ ପଞ୍ଜୀକରଣ କରିବେ। ମୁଖ୍ୟମନ୍ତ୍ରୀ ୧୧ଟାରେ ଅଭିଯୋଗ ଶୁଣିବେ।

ଦୀର୍ଘ ୨୪ ବର୍ଷ ଧରି ଶାସନ କରିଆସୁଥିବା ବିଜୁ ଜନତା ଦଳକୁ ହରେଇ ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଛି। ସରକାରକୁ ଆସୁ ଆସୁ ଆକ୍ସନ ମୋଡ଼କୁ ଆସିଛି। ନିଜକୁ ଜନତାଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ଶ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝୁଛନ୍ତି। ଯେକୌଣସି ସାଧାରଣ ଲୋକ ସମସ୍ୟା ନେଇ ତାଙ୍କ ପାଖକୁ ଗଲେ ନିରାଶ ହୋଇ ଫେରୁନି। ଏଥିସହ ବିଜେପିକୁ ଅନେକ ଘାତ ପ୍ରତିଘାତର ସାମ୍ନା ମଧ୍ୟ କରିବାକୁ ପଡ଼ିଛି।

ଅପରପକ୍ଷରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ କେବେ ଦିନ ଲୋକଙ୍କ ପାଖକୁ ଯାଆନ୍ତିନି, ଅଭିଯୋଗ ଶୁଣିବା ତ ବହୁ ଦୂରର କଥା। ସବୁବେଳେ ଅଫିସରମାନଙ୍କୁ ଗୁରୁତ୍ୱ ଦେଇ ସେମାନଙ୍କ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚନ୍ତି। ଏଭଳି ଅବବ୍ୟସ୍ଥା ବିରୁଦ୍ଧରେ ଲୋକେ ଏଥର ସ୍ୱର ଉଠାଇ ଉଚିତ ଜବାବ ଦେଇଛନ୍ତି।

Leave a Reply

Your email address will not be published. Required fields are marked *