ଲିଙ୍ଗରାଜ ମନ୍ଦିର ଜାଗର ଯାତ୍ରା ସମୟରେ ଆହତ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କ୍ୟାପିଟାଲ ହସ୍ପିଟାଲକୁ ଯାଇ ସମସ୍ତ ସେବାୟତଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମହାପ୍ରଭୁଙ୍କ ନିକଟରେ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ହସ୍ପିଟାଲରେ ଚିକିତ୍ସା ସଂପର୍କରେ ପଚାରି ବୁଝି ସମସ୍ତ ଆହତ ସେବାୟତଙ୍କ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଉପସ୍ଥିତ ରହୁଛନ୍ତି । ସୂଚନା ଯୋଗ୍ୟ; ଗତକାଲି ମହାଦୀପ ଉଠିବା ବେଳେ ଅଘଟଣ ଘଟିଥିଲା । ମହାଦୀପ ନେଇ ମନ୍ଦିର ଉପରକୁ ଉଠିବା ବେଳେ ଖସି ପଡ଼ିଥିଲେ ସେବାୟତ ଯୋଗେନ୍ଦ୍ର ସମର୍ଥା । ସେ ଲୁହା ଶିକୁଳି ଧରି ଉପରକୁ ଉଠିବା ବେଳେ ପ୍ରାୟ ୧୦ ଫୁଟ ଉପରୁ ମହାଦୀପ ସହ ତଳକୁ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ତାଙ୍କ ମୁଣ୍ଡ, ମୁହଁ ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହସ୍ପିଟାଲରେ ତାଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । Post navigation ଭୋର ୪ଟା ୩୫ରେ ଆଖଣ୍ଡଳମଣି ପୀଠରେ ଉଠିଲା ମହାଦୀପ କିଟ୍ ମାମଲା: ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହେଲେ ବିଶ୍ବବିଦ୍ୟାଳୟର ୬ ଅଧିକାରୀ