ରାଜ୍ୟ ସରକାରଙ୍କ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଆଜି ଶୁଭାରମ୍ଭ ହୋଇଛି । ଖୋର୍ଦ୍ଧା ଜଙ୍କିଆ ମିନି ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେଦିନ ସ୍ୱାଧୀନତା ସଂଗ୍ରାମୀମାନେ ବିଦେଶୀ ଶକ୍ତି ବିରୋଧରେ ପାଇଁ ସଂଗ୍ରାମ କରୁଥିଲେ, ଆମର ସଂଗ୍ରାମ ହେଉଛି ଅନଗ୍ରସତା ବିରୋଧରେ । ଆମେ ଯେଉଁ ଯୋଜନା କରୁଛନ୍ତି ତାହା ହେବା ଦାରିଦ୍ର୍ୟ ଏବଂ ଅନଗ୍ରସତା ବିରୋଧରେ ଏକ ଜନ ଆନ୍ଦୋଳନ । ଏହି ଆନ୍ଦୋଳନ ଓଡ଼ିଶାରେ ସମୃଦ୍ଧି ଓ ବିକାଶ ଆଣିବ । ଆମ ଓଡ଼ିଶା ହେବ କାୟା କଳ୍ପ । ୨୦୨୪-୨୫ରେ ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ସରକାର ବଜେଟ୍ରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି । ୫ ବର୍ଷରେ ୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆ ମାର୍ଗଦର୍ଶିକା ମୁତାବକ ଏହି ଟଙ୍କାକୁ ପ୍ରତି ପଞ୍ଚାୟତକୁ ଆବଣ୍ଟନ କରାଯିବ । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଗାଁର ବିକାଶ ପାଇଁ ସଂକଳ୍ପବଦ୍ଧ ହୋଇ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ଗ୍ରାମ ଓ ସହରରେ ଉପଲବ୍ଧ ହେଉଥିବା ସେବା ଓ ସୁବିଧାର ଥିବା ଅନ୍ତରକୁ କମ୍ କରିବାକୁ ଏହି ଯୋଜନା ସାହାଯ୍ୟ କରିବ । ଯଦି ଗ୍ରାମାଞ୍ଚଳର ବିକାଶ ହେବ ନାହିଁ ତେବେ ରାଜ୍ୟର ବିକାଶ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ, ବିଧାୟକ ପ୍ରଶାନ୍ତ ଜଗଦେବ, ବାବୁ ସିଂ, ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ କୁମାରୀ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ବିଭିନ୍ନ ଜିଲ୍ଲାରୁ ଅନ୍ୟ ମନ୍ତ୍ରୀ ଏବଂ ବିଧାୟକମାନେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ । Post navigation ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ତିଆ-ଇଂଲଣ୍ଡ ମ୍ୟାଚର ଟିକେଟ୍ ଲାଗି ଅସମ୍ଭାଳ ଭିଡ଼; ଦଳାଚକଟା ପରସ୍ଥିତି