ନଭେମ୍ବର ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ । ୨୬ ତାରିଖରୁ ଆରମ୍ଭ ହେବାକୁଥିବା ବିଧାନସଭାର ଶୀତକାଳିନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ୨୫ ତାରଖ ଦିନ ହେବାକୁ ଯାଉଛି । ଏହି ବୈଠକ ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖି କହିଛନ୍ତି ନଭେମ୍ବର ୨୫ରେ ବସିବ ସର୍ବଦଳୀୟ ବୈଠକ । ୨୬ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତକାଳିନ ଅଧିବେଶନ । ତେଣୁ ଏହି ଶୀତକାଳିନ ଅଧିବେଶନ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହେବ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ସେଥିପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ଏ ନେଇ ବାଚସ୍ପତି ସୁରମା ପାଢ଼ୀଙ୍କ ସହିତ ଆଲୋଚନା କରାଯାଇଛି । ଏହା ସହିତ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ଲାଗୁ କରାଯିବାକୁ ସରକାର ଚେଷ୍ଟା ଚଳାଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ସୂଚନା ମୁତାବକ, ନଭେମ୍ବର ୨୬ ତାରିଖରୁ ଡିସେମ୍ବର ୩୧ ତାରିଖ ଯାଏଁ ବିଧାନସଭା ଗୃହ କାର୍ଯ୍ୟ ଚାଲିବ । ଏହା ପୂର୍ବରୁ ୨୫ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବିଧାନସଭା ଗୃହ କାର୍ଯ୍ୟକୁ କିପରି ସୁରୁଖରେ ଚାଲିବ ସେ ନେଇ ଆଲୋଚନା କରାଯିବ । ଏହା ସହ ଏହି ଅଧିବେଶନରେ ବିଭିନ୍ନ ବିଲ ଆଗତ କରାଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । । ଆସନ୍ତା ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି । ଡିସେମ୍ବର ୧, ୮, ୧୫, ୨୨ ଏବଂ ୨୯ ରବିବାର ପଡ଼ୁଥିବାରୁ ଏହି ଦିନମାନଙ୍କରେ ଗୃହ କାର୍ଯ୍ୟ ବନ୍ଦ ରହିବ । ସେହିପରି ବଡ଼ ଦିନ ପାଇଁ ଡିସେମ୍ବର ୨୫ ମଧ୍ୟ ଛୁଟି ରହିବ । ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । Post navigation ଆସୁଛି ଆଉ ଏକ ଲଘୁଚାପ; ପୁଣି ବର୍ଷାରେ ଭିଜିବ ସାରା ରାଜ୍ୟ କ୍ୟାପିଟାଲ୍ ହସ୍ପିଟାଲ୍ରେ ୪୦କୁ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା