ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜ ଦିବ୍ୟସିଂଦ ଦେବଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରେ ପୁରୀ ନିଳାଦ୍ରୀ ଭକ୍ତ ନିବାସରେ ବୈଠକ ବସିବ । ଏହି ବୈଠକରେ ରତ୍ନଭଣ୍ଡାର ସମ୍ପର୍କୀତ ଆଲୋଚନା ହେବ । ଆଜିର ବୈଠକ ଅନୁଯାୟୀ ରାଜ୍ୟ ସରକାରଙ୍କୁ ସୁପାରିସ କରିବ କମିଟି। ରାଜ୍ୟ ସରକାରଙ୍କୁ ସୁପାରିସ କରିବ କମିଟି। ରାଜ୍ୟ ସରକାରଙ୍କ ଆଦେଶ ଆସିବା ପରେ ରତ୍ନଭଣ୍ଡାର ଖୋଲାଯିବ।

ଗତକାଲି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିବା ନୂତନ ତଦାରଖ କମିଟି ଶ୍ରୀମନ୍ଦିର ପରିଚାଳନା କମିଟିକୁ ପଠାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ଜଣାଇବା ପରେ ରାଜ୍ୟ ସରକାର ଉଚିତ ନିଷ୍ପତ୍ତି ନେବେ। ଭିତର ରତ୍ନଭଣ୍ଡାର ମରାମତି ସହ ପ୍ରତ୍ୟକ ଅଳଙ୍କାରର ଡିଜିଟାଇଜେସନ ହେବ।

ସୂଚନା ଅନୁସାରେ ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିଲା ତଦାରଖ କମିଟି ବୈଠକ। ଏଥିରେ ୧୪ରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ଅନୁମତି ମିଳିବା ପରେ ଖୋଲାଯିବ ରତ୍ନଭଣ୍ଡାର ।

Leave a Reply

Your email address will not be published. Required fields are marked *