ପ୍ରଯୁକ୍ତିବିଦ୍ୟା ଫାର୍ମ ଭାକ୍ରାଙ୍ଗୀ ଟେକ୍ନୋଲୋଜି ଅଧ୍ୟକ୍ଷ ଦିନେଶ ନନ୍ଦୱାନାଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁମ୍ବାଇ ସ୍ଥିତ ଭାକ୍ରାଙ୍ଗୀ ଟେକ୍ନୋଲୋଜିଜ୍ ଫାର୍ମରେ ଚଢାଉ ଚାଲିଥିବା ବେଳେ ଦିନେଶ ନନ୍ଦୱାନା (୬୨)ଙ୍କ ମୃତ୍ୟୁ ହୋଇଛି। ଇଡି ରେଡ୍‌ ସମୟରେ ଦିନେଶ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏହା ପରେ ଆସ୍ତେ ଆସ୍ତେ ତାଙ୍କର ସ୍ୱାସ୍ଥ୍ୟ ଜଟିଳତା ଆହୁରି ଖରାପ ହୋଇଗଲା ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଦିନେଶ ନନ୍ଦୱାନାଙ୍କର ମୃତ୍ୟୁ କିପରି ହେଲା ତାହା ପୋଷ୍ଟମର୍ଟମ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଜଣେ ପୁଲିସ୍ କର୍ମଚାରୀ କହିଛନ୍ତି ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଦୁର୍ବ୍ୟବହାରର ଅଭିଯୋଗ କରାଯାଇ ନାହିଁ । ସ୍ଥାନୀୟ ଡିଭିଜନ ସହାୟତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜଳନ୍ଧର ଟିମ୍‌ ନନ୍ଦୱାନାଙ୍କ ଘର ସମେତ ଅନେକ ସ୍ଥାନରେ ଚଢାଉ କରୁଥିଲେ । ଏହି ସମୟରେ, ନନ୍ଦୱାନାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିଲା ।

Leave a Reply

Your email address will not be published. Required fields are marked *