Tata Group Announces Rs 1 Crore Support For Air India Crash victim's Families
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ରାଶି ଘୋଷଣା କଲା ଟାଟା ଗୃପ୍ ।
 
ଏଥିସହ ଆହତଙ୍କ ମେଡିକାଲ ଖର୍ଚ୍ଚ ଏବଂ କ୍ଷତିଗ୍ରସ୍ତ ମେଡିକାଲ କଲେଜ କୋଠା ସଜାଡ଼ିବାକୁ ପ୍ରତିଶୃତି ଦେଇଛି ଟାଟା ଗୃପ୍ । ଏନେଇ ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ ସୂଚନା ଦେଇଛନ୍ତି ।
 
ଆଜି ଅପରାହ୍ନରେ ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କୁହାଯାଉଛି ଏହି ଦୁର୍ଘଟଣାରେ ମାତ୍ର ଜଣେ ଯାତ୍ରୀ ଜୀବିତ ଅଛନ୍ତି ।
 
ପରିସ୍ଥିତିର ସମୀକ୍ଷା କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି ।
Tata Group Announces Rs 1 Crore Support For Air India Crash victim's Families

By Nirvay

Leave a Reply

Your email address will not be published. Required fields are marked *