ଦାଦନ ସମସ୍ୟାର ନିରାକରଣ ପାଇଁ ଗଠନ ହେଲା ଟାସ୍କଫୋର୍ସ । ଦାଦନ ସମସ୍ୟାର ସମାଧାନ ପାଇଁ ସାମଗ୍ରିକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠକ ହେଲା ଟାସ୍କଫୋର୍ସ। ରାଜ୍ୟରେ ଦାଦନକୁ ନେଇ ହେଉଥିବା ବିଭିନ୍ନ ସମସ୍ୟାକୁ ନେଇ ଏହି ଟାସ୍କଫୋର୍ସ ସରକାର ଗଠନ କରିଥିବା ନେଇ କୁହାଯାଉଛି । ଟାସ୍କଫୋର୍ସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସହ ପଞ୍ଚାୟତିରାଜ ମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ କମିଶନର, ବିଭାଗୀୟ ସଚିବ ଓ ଅନ୍ୟ ବିଭାଗ ମନ୍ତ୍ରୀ ଟାସ୍କଫୋର୍ସ ସଦସ୍ୟ ରହିବେ ।ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଓଡ଼ିଶାର ଶ୍ରମିକମାନଙ୍କ ସମସ୍ୟାର ସମାଧାନ ତଥା ଦାଦନଜନିତ ବିସ୍ଥାପନ ରୋକିବା ନିମନ୍ତେ ସବିଶେଷ ଭାବରେ ଆଲୋଚନା କରିବା ସହ ସେସବୁ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବ । ଟାସ୍କଫୋର୍ସ ଦ୍ବାରା ନିତ ବିସ୍ଥାପନ ହ୍ରାସ କରିବା ନିମନ୍ତେ ବିଭିନ୍ନ ବିଭାଗ ଦ୍ୱାରା ଜାରି ରହିଥିବା କାର୍ଯ୍ୟକ୍ରମ ଓ ଏହା ସମ୍ବନ୍ଧୀୟ କାର୍ଯ୍ୟ କରୁଥିବା ବ୍ୟବସ୍ଥାର ଅଧ୍ୟୟନ କରାଯିବ । ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରି ବିପର୍ଯ୍ୟୟ ଜନିତ ସ୍ଥାନାନ୍ତରକୁ ରୋକିବା ସହ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବ। ଏଥିସହ ଓଡ଼ିଶାର ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ବିଭିନ୍ନ ସରକାରୀ ଏଜେନ୍ସି ଦ୍ୱାରା ପଦକ୍ଷେପ ନେବାକୁ ସୁପାରିସ କରାଯିବ। ଟାସ୍କ ଫୋର୍ସର ସଚିବାଳୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ରହିବ। ଅଗ୍ରଗତି ର ସମୀକ୍ଷା ପାଇଁ ଟାସ୍କ ଫୋର୍ସ ୬ ମାସରେ ଅତି କମରେ ଥରେ ବୈଠକ କରିବ । ଶିକ୍ଷାବିତ୍, ଉନ୍ନୟନ ଅଧ୍ୟାପକ, ଜାତିସଂଘ ଏଜେନ୍ସି ପ୍ରତିନିଧି ଇତ୍ୟାଦିଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇପାରିବ। ଏଭଳି ସଦସ୍ୟମାନଙ୍କୁ ଆବଶ୍ୟକତା ଭିତ୍ତିରେ ବୈଠକରେ ଯୋଗଦେବା ପାଇଁ ଅବଗତ କରାଯିବ। Post navigation ୩ ଅର୍ଥଶାସ୍ତ୍ରୀଙ୍କୁ ମିଳିବ ନୋବେଲ ପୁରସ୍କାର କେନ୍ଦୁଝରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ; ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି