ଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ବିଜେଡି ରାଜ୍ୟ ସରକାରଙ୍କୁ ଘେରିଛି। ମଙ୍ଗଳବାର ଲେଖାଶ୍ରୀ ସାମନ୍ତସିଂହାର ଖବରଦାତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିବା ସହିତ ସିଧାସଳଖ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି ।

ସେ କହିଛନ୍ତି ରାଜ୍ୟପାଳଙ୍କ ପୁଅକୁ ସୁରକ୍ଷା ଦେଇ ମୋହନ ସରକାର ଓଡ଼ିଆ ଅସ୍ମିତା ଉପରେ କୁଠାରଘାତ କରିଛନ୍ତି l ଓଡ଼ିଆ ASOଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବାରୁ ତାଙ୍କୁ ତୁରନ୍ତ ଗିରଫ କରାଯାଉ। ଶୀଘ୍ର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି ହୋଇଛି। ରାଜ୍ୟପାଳଙ୍କ ପାଇଁ କଣ ଆଇନ ଭିନ୍ନ କି । ପୁରୀ ରାଜଭବନରେ ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାର ୧୦ ଦିନ ହେଲାଣି, ଏହା ପରେ ବି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ।

By Nirvay

Leave a Reply

Your email address will not be published. Required fields are marked *