ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍ । ଆସନ୍ତା ଡିସେମ୍ବର ୯ରେ ଖେଳାଯିବ ମ୍ୟାଚ୍ । ଚଳିତ ବର୍ଷ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚର ସିରିଜ୍ ଖେଳାଯିବ। ସେଥିମଧ୍ୟରୁ ଡିସେମ୍ବର ୯ରେ ଓଡ଼ିଶାର କଟକସ୍ଥିତ ବାରବାଟୀରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ ହେବ । ଯାହାକୁ ନେଇ BCCI ପକ୍ଷରୁ ଜାରି ହେଲା ବିଧିବଦ୍ଧ ଖେଳସୂଚୀ ।

ପ୍ରଥମ ଟି-ଟ୍ବେଣ୍ଟି ବାରବାଟୀରେ ହେବ । ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଭାରତ ଗସ୍ତରେ ଆସି ୨ଟି ଟେଷ୍ଟ, ୩ଟି ଦିନିକିଆ ମ୍ୟାଚ ଓ ୫ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳିବ ।  ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବାରବାଟୀରେ ଖେଳାଯିବ । ତେବେ ବାରବାଟୀ ବ୍ୟତୀତ ନାଗପୁର, ଧର୍ମଶାଳା, ଲକ୍ଷ୍ନୌ, ଅହମ୍ମଦାବାଦରେ ଅବଶିଷ୍ଟ ମ୍ୟାଚ୍ ଖେଳାଯିବ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍ ହେବ, ଯାହା ମଧ୍ୟରୁ ୩ଟି ମ୍ୟାଚ୍ ରାଞ୍ଚି, ରାୟପୁର ଏବଂ ଭାଇଜାଗରେ ଖେଳାଯିବ ।

Leave a Reply

Your email address will not be published. Required fields are marked *