ନାବାଳିକାଙ୍କୁ ବିବାହ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଗିରଫ ହେଲେ ଫେରାର ନିଲମ୍ବିତ ପୋଲିସ ଏସଆଇ ଅମିତ ପାଢ଼ୀ । ଅମିତଙ୍କୁ ରାଜ୍ୟ ବାହାରରୁ ଗିରଫ କରିଛି ଜଗତସିଂହପୁର ପୋଲିସର ୪ ଜଣିଆ ଟିମ୍ । ଗତ ୪ ମାସ ହେଲା ଫେରାର୍ ଥିଲା ଅଭିଯୁକ୍ତ ଏସଆଇ । ଆଜି ଅଭିଯୁକ୍ତ ଏସ୍ଆଙ୍କୁ ଧରି ଜଗତସିଂହପୁରରେ ପହଞ୍ଚିବ ଟିମ୍। ସୂଚନା ଯୋଗ୍ୟ, ଜଗତସିଂହପୁର ଜିଲ୍ଲାରେ ଜଣେ ନାବାଳିକାଙ୍କ ସହ ଫେସବୁକରେ ଏସ୍ଆଇ ଅମିତଙ୍କ ପରିଚୟ ହୋଇଥିଲା । ପରେ ଦଶମ ଶ୍ରେଣୀରେ ପଢୁଥିବା ନାବାଳିକାକୁ ପ୍ରେମ ଜାଲରେ ଫସାଇ ଝିଅ ଘର ଲୋକଙ୍କ ଅଗୋଚରରେ ବାଲ୍ୟ ବିବାହ କରିଥିଲେ । ଏହା ପରେ ହୋଟେଲରେ ମଧ୍ୟ ବିବାହ କରିଥିଲେ । ଜଣେ ନାବାଳିକା ଝିଅକୁ ବିବାହ କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥଲେ । ମାଡ଼ ମାରି ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗର ପରେ ୪ ମାସ ହେଲା ଫେରାର୍ ଥିଲା ଅଭିଯୁକ୍ତ ଏସଆଇ । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଅଭିଯୁକ୍ତ ଏସ୍ଆଇଙ୍କୁ ନିଲମ୍ବନ କରାଯାଇଛି । ଏନେଇ ଜଗତସିଂହପୁର ଏସ୍ପି ସୂଚନା ଦେଇଥିଲେ । ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତାଙ୍କୁ ଗିରଫ କରିଛି । Post navigation ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ଉଦ୍ୟମ ଶଙ୍ଖ ଦଳରେ କିଏ ରାବଣ କିଏ ବିଭୀଷଣ ?