କିଟ୍ ଛାତ୍ରୀ ମୃତ୍ୟୁ ଘଟଣା ରେ ବଡ ପ୍ରତିକ୍ରିୟା ରେ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କିଟ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ଘଟଣା ରେ ଗତ କାଲି ଯେଉଁମାନଙ୍କୁ ସମନ ହୋଇଥିଲା ସେମାନେ ହାଜର ହୋଇଛନ୍ତି, ଉଚ୍ଚସ୍ତରୀୟ କମିଟି ଶୁଣାଣି କରି ସବୁ ରେକର୍ଡ କରି ରଖାଯାଇଛି । ଯାହା ନିଷ୍କର୍ସ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । ସେ ପୁଣି କହିଛନ୍ତି ଯେ ଘଟଣା ଘଟିବା ପରଠାରୁ ଆଜି ଯାଏଁ ୧୦ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଇନ୍ଭେଷ୍ଟିଗେସନ୍, ଫୋରେନସିକ୍ ଯାଞ୍ଚ ଚାଲିଛି । ଭାଇରାଲ୍ ଭିଡିଓର ଭଏସ୍ ସ୍ପେକ୍ଟ୍ରୋଗ୍ରାଫି କରାଯିବ । Post navigation ସରକାରୀ ଓ ଜଙ୍ଗଲ ଜମି ଜବରଦଖଲ ହୋଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ କଥା ହେଲେ ମୋହନ ମାଝୀ